Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ତିନି ଦଳକୁ ତିନିଟି ଆସନ ମୁଣ୍ଡବଥା, ଛକାଛକି ହୋଇ କେହି ଦେଉ ନାହାଁନ୍ତି ପ୍ରାର୍ଥୀ
ଜାତୀୟ ଖବର

ତିନି ଦଳକୁ ତିନିଟି ଆସନ ମୁଣ୍ଡବଥା, ଛକାଛକି ହୋଇ କେହି ଦେଉ ନାହାଁନ୍ତି ପ୍ରାର୍ଥୀ

April 19, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ତିନି ଦଳକୁ ତିନିଟି ଆସନ ମୁଣ୍ଡବଥା, ଛକାଛକି ହୋଇ କେହି ଦେଉ ନାହାଁନ୍ତି ପ୍ରାର୍ଥୀ

ଭୁବନେଶ୍ବର: ଅଳ୍ପ କିଛି ଆସନ ଛାଡି ଦେଲେ ବର୍ତ୍ତମାନ ସବୁ ଦଳ ପ୍ରାୟ ପ୍ରାର୍ଥୀ ଦେଇସାରିଲେଣି। ବର୍ତ୍ତମାନ ଘୋଷିତ ହୋଇଥିବା ଆସନ ଅନୁସାରେ କଂଗ୍ରେସ ସର୍ବାଧିକ ଆସନରେ ପ୍ରାର୍ଥି ଦେବ। ହିସାବ ଅନୁସାରେ ବର୍ତ୍ତମାନ ବିଜେଡି ୨୧ ଟି ଆସନରେ, ବିଜେପି ୧୬ ଟି ଆସନ ଏବଂ କଂଗ୍ରେସ ୩୧ ଆସନରେ ପ୍ରାର୍ଥୀ ଦେବ। ଏ ସବୁ ଆସନ ତିନି ଦଳ ପାଇଁ ଅଡୁଆ ସୃଷ୍ଟି କରିଛି।

ତେବେ ଏହି ବାକିଥିବା ଆସନରେ କେଉଁଠି ବିଜେପି ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଦେଇ ନାହିଁ କି ବିଜେଡି ପ୍ରାର୍ଥୀ ଦେଇ ନାହିଁ। କେଉଁଠି ବିଜେପି ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି କି କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନାହିଁ। ହେଲେ ଆଶ୍ଚର୍ଯ୍ୟର କଥା ଏହି ଆସନ ଭିତରେ ଏମିତି ତିନୋଟି ଆସନ ଅଛି ଯେଉଁଠି କୌଣସି ଦଳ ଆଦୌ ପ୍ରାର୍ଥୀ ଦେଇ ନାହାଁନ୍ତି। କେବଳ ଛକାଛକି ହୋଇ କେହି ପ୍ରାର୍ଥୀ ଦେଉ ନ ଥିବାର ଜଣାପଡିଛି। ସେହି ତିନୋଟି ଆସନ ହେଲା ଖୋର୍ଦ୍ଧା, ଜଗତସିଂହପୁର ଏବଂ ନୀଳଗିରି।

ଖୋର୍ଦ୍ଧା ଆସନଟି ବର୍ତ୍ତମାନ ତିନି ଦଳ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। କାରଣ ଏଠାରେ ବିଜେଡିର ତିନିଜଣ ଦାବୀଦାର ଅଛନ୍ତି। ସେମାନେ ହେଲେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ଜ୍ୟୋତିରନ୍ଦ୍ର ନାଥ ମିତ୍ର ଏବଂ ବାସନ୍ତି ମହାପାତ୍ର।  ଏମାନଙ୍କୁ ଭିତରୁ ଜଣକୁ ଟିକେଟ ଦେଲେ ସେମାନେ କାଳେ କଂଗ୍ରେସ ଆସିବେ ତାହା ଭାବି କଂଗ୍ରେସ ମଧ୍ୟ କାହାକୁ ସେଠାରେ ପ୍ରାର୍ଥୀ ଦେଉ ନାହିଁ।

ସେହିପରି ଖୋର୍ଦ୍ଧା ଆସନଟି ବିଜେପି ପାଇଁ ମଧ୍ୟ ସବୁଠାରୁ ବଡ ମୁଣ୍ଡବିନ୍ଧା ହୋଇପଡିଛି। ଟିକେଟ ପାଇଁ ଉଭୟ ପ୍ରଶାନ୍ତ ଜଗଦ୍ଦେବ ଏବଂ କାଳୁ ଖଣ୍ଡାୟତରାୟଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଯଦି ଦଳ କାଳୁଙ୍କୁ ଟିକେଟ ନ ଦିଏ ତେବେ ସେ କାଳେ ଦଳଡିଆଁ କରିବେ ସେଥିପାଇଁ ଛକି ବସିଛି  କଂଗ୍ରେସ। କଂଗ୍ରେସ ଉଭୟ ବିଜେଡି କିମ୍ବା ବିଜେପି ଅସନ୍ତୁଷ୍ଠ ଉପରେ ନଜର ରଖିଛି। ସେପଟେ ବିଜେପି ଛାଡି ପୁଣି କଂଗ୍ରେସରେ ଯୋଗ ଦେଇଛନ୍ତି ସୋନାଲି ସାହୁ। ତାଙ୍କୁ ଦଳ ଟିକେଟ ଦେବ ନା ଆଉ କାହାକୁ ସେ ନେଇ ମଧ୍ୟ ଦ୍ବନ୍ଦ ସୃଷ୍ଟି ହୋଇଛି।

ଜଗତସିଂହପୁର ଆସନ ମଧ୍ୟ ସେହିପରି ଅବସ୍ଥାରେ ରହିଛି। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଗଣେଶ୍ବର ବେହେରା। ବର୍ତ୍ତମାନ ସେହି ଆସନର ବିଧାୟକ ଥିବା ଶଶିଭୂଷଣ ବେହେରା ମଧ୍ୟ ଆଶାୟୀ ଅଛନ୍ତି। ଅନ୍ୟପକ୍ଷରେ ସିପ୍ରା ମଲ୍ଲିକ ଆଶା ତୁଟାଇ କଂଗ୍ରେସରେ ସାମିଲ ହୋଇଗଲେଣି। ଏପରିକି ସେଠାରେ ବିଜେପି ମଧ୍ୟ କାହାକୁ ପ୍ରାର୍ଥୀ ଦେଇ ନାହିଁ। ବିଜେଡି ଅସନ୍ତୁଷ୍ଠ ଉପରେ ବିଜେପି ନଜର ରଖି ଜଗତସିଂହପୁର କାହାକୁ ପ୍ରାର୍ଥୀ କରି ନାହିଁ।

ନୀଳଗିରିରେ ବିଜେପି ବିଧାୟକ ସୁକାନ୍ତ ନାୟକ ଦଳ ଛାଡି ବିଜେଡିରେ ଯୋଗ ଦେଇଛନ୍ତି। ସେ ବିଜେଡିରୁ ଟିକେଟ ପାଇବେ ବୋଲି ଆଶା କରି ରହିଛନ୍ତି। ହେଲେ ସେଠାରେ ଦୀର୍ଘ ବର୍ଷ ଧରି ବିଜେଡି ସଂଗଠନକୁ ମଜବୁତ କରି ରଖିଥିବା ସନ୍ତୋଷ ଖଟୁଆ ମଧ୍ୟ ବଡ ଆଶାରେ ରହିଛନ୍ତି। ଏହି ଦୁଇଜଣଙ୍କ ମଧ୍ୟରୁ ବିଜେଡି ଯଦି ସୁକାନ୍ତଙ୍କୁ ଟିକେଟ ଦିଏ ତେବେ ସନ୍ତୋଷ ବିଜେପି ଯାଇପାରନ୍ତି। ସେଥିପାଇଁ ବିଜେପି ତାଙ୍କୁ ଅପେକ୍ଷା କରି ସେଠାରେ କାହାକୁ ଟିକେଟ ଦେଉ ନାହିଁ। ଏହିପରି ଛକାଛକି ଭିତରେ ତିନିଦଳ ଏହି ତିନି ଆସନରେ କାହାକୁ ମଧ୍ୟ ପ୍ରାର୍ଥୀ କରୁ ନାହାଁନ୍ତି।

odishaelection2024 ଓଡିଶା ନିର୍ବାଚନ 2024
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026
Latest News

ଫାଇନାଲରେ ସ୍ଥାନ ସୁରକ୍ଷିତ କଲା ଭାରତ: କର ବା ମର ପରିସ୍ଥିତିରେ ଆଫଗାନିସ୍ତାନ-ଶ୍ରୀଲଙ୍କା

June 18, 2026

ଜାତୀୟ ରାଜପଥରେ ଦୁଇ ପୃଥକ ସଡ଼କ ଦୁର୍ଘଟଣା; ଦୁଇ ଜଣଙ୍କ ମୃତ୍ୟୁ

June 18, 2026

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.