Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମିଙ୍କ ହ୍ୟାଟ୍ରିକରେ ଭାରତ ବିଜୟୀ : ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ
ଆଜିର ଖବର

ସାମିଙ୍କ ହ୍ୟାଟ୍ରିକରେ ଭାରତ ବିଜୟୀ : ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନକୁ ଉନ୍ନୀତ

June 23, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link
shamis hattrick guide india to victory
shamis hattrick guide india to victory

ସାଉଥମ୍ପଟନ ଠାରେ ଶନିବାର ଆଫଗାନିସ୍ତାନକୁ ଏକ କଡ଼ା ମୁକାବିଲାରେ ୧୧ ରନରେ ପରାସ୍ତ କରିଛି ଭାରତ। ମହମ୍ମଦ ସାମି ଦ୍ବିତୀୟ ଭାରତୀୟ ଭାବରେ ବିଶ୍ବକପ୍ ହ୍ୟାଟ୍ରିକ୍‌ ଅର୍ଜନ କରିବା ସହିତ ଏହି ମ୍ୟାଚ୍‌ର ହିରୋ ଭାବରେ ଉଭା ହୋଇଛନ୍ତି। ଏହା ପୂର୍ବରୁ ଚେତନ ଶର୍ମା ପ୍ରଥମ ଭାରତୀୟ ଭାବରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ। ସାମିଙ୍କୁ ହ୍ୟାଟ୍ରିକ ସମେତ ୪ଟି ୱିକେଟ ମିଳିଛି। ଦ୍ୱୀତିୟ ଇନିଂସରେ ଆଫଗାନିସ୍ତାନ ୨୨୫ ରନ ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିଲା ଏବଂ ଗୋଟିଏ ବଲ୍‌ ପୂର୍ବରୁ ସମସ୍ତ ୱିକେଟ ହରାଇ ୨୧୩ ରନ ସଂଗ୍ରହ କରିବାକୁ ସମର୍ଥ ହୋଇଥିଲା। ମହମ୍ମଦ ସାମି ଇନିଂସର ଶେଷ ଓଭରରେ ହ୍ୟାଟ୍ରିକ୍‌ ସହିତ ତିନୋଟି ୱିକେଟ ନେଇ ବିଜୟର ମୁଣ୍ଡି ମାରିଥିଲେ। ଏହା ପୂର୍ବରୁ ଯଶପ୍ରୀତ ବୁମରା କ୍ରମାଗତ ୨ଟି ୱିକେଟ ନେଇ ଆଫଗାନିସ୍ତାନର ରନ ହାରକୁ ହ୍ରାସ କରିଥିଲେ।

ଏହି ବିଜୟ ସହିତ ଭାରତ ଏବେ ୯ ପଏଣ୍ଟ ପାଇ ତାଲିକାରେ ୩ୟ ସ୍ଥାନରେ ରହିଛି। ୧୧ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ଥିବା ବେଳେ ୧୦ ପଏଣ୍ଟ ପାଇ ଅଷ୍ଟ୍ରେଲିଆ ୨ୟ ସ୍ଥାନରେ ରହିଛି।

ମ୍ୟାଚରେ ଆଫଗାନିସ୍ତାନ ପ୍ରଥମେ ଭଲ ବୋଲିଂ କରି ୨ଥର ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ ୨୨୪ ରନରେ ଅଟକାଇଥିଲା। ଏହା ପରେ ବିଶ୍ୱକପରେ ଆଫଗାନିସ୍ତାନ ବଡ଼ ଧରଣର ଅଦଳବଦଳ କରିବା ପାଇଁ ଅଗ୍ରସର ହୋଇଥିଲ। ମାତ୍ର ଶେଷ ୨ ଓଭରରେ ମ୍ୟାନ ଅଫ ଦ ମ୍ୟାଚ ଯଶପ୍ରୀତ ବୁମରା ଓ ସାମି ଘାତକ ବୋଲିଂ କରିଥିଲେ। ମହମ୍ମଦ ନବୀ ଟିମ ପାଇଁ ୫୫ ବଲ ଖେଳି ୫୨ ରନ କରିଥିଲେ ମଧ୍ୟ ଦଳକୁ ବିଜୟ ରେଖା ପାର କରାଇ ପାରି ନଥିଲେ। ଶେଷ ତିନି ଓଭରରୁ ବିଜୟ ଭାଇଁ ୨୪ ରନ୍‌ ଆବଶ୍ୟକ ଥିବା ବେଳେ ୪୮ ତମ ଓଭରରେ ସାମି ମାତ୍ର ୩ ରନ୍‌ ଏବଂ ୪୯ ତମ ଓଭରରେ ବୁମ୍‌ରା ମାତ୍ର ୫ ରନ୍‌ ପ୍ରଦାନ କରିଥିଲେ। ଶେଷ ଓଭରରେ ୧୬ ରନ୍‌ ଆବଶ୍ୟକ ଥିବା ବେଳେ ନବୀ ପ୍ରଥମ ବଲ୍‌ରୁ ୪ ରନ୍‌ ହାସଲ କରିଥିଲେ। ଦ୍ବିତୀୟ ବଲ୍‌ରେ କୌଣସି ରନ୍‌ ନେଇନଥିବା ବେଳେ ବଡ ସଟ୍‌ ଖେଳିବା ଆଶାରେ ତୃତୀୟ ବଲ୍‌ରେ ଆଉଟ୍‌ ହୋଇଥିଲେ ନବୀ। ଏହାର ପରବର୍ତ୍ତୀ ଦୁଇଟି ବଲ୍‌ରେ ଆଫତାବ ଆଲାମ୍‌ ଏବଂ ମୁଜିବ୍‌ ଉର୍‌ ରେହମାନଙ୍କୁ ବୋଲ୍‌ଡ କରି ବିଶ୍ବକପ୍‌ ଇତିହାସରେ ପ୍ରଥମ ଭାରତୀୟ ଖେଳାଳି ଭାବରେ ନିଜ ନାମ ଲିପିବଦ୍ଧ କରିଥିଲେ ସାମି।

ପୂର୍ବରୁ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ୍‌ ହରାଇ ୨୨୪ ରନ୍‌ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୬୭ ରନ୍‌ ସଂଗ୍ରହ କରିଥିଲେ। ପିଚ୍‌ରେ ବଲ୍‌ ତଳୁଆ ଏବଂ ଅସମାନ ବାଉନ୍ସ ରହିଥିବାରୁ ବ୍ୟାଟିଂ ସହଜ ନଥିଲା। ଅନ୍ୟମାନଙ୍କ ମଧ୍ୟରେ କେଦାର ଜାଦବ ୫୨ ରନ୍‌ ସଂଗ୍ରହ କରିଥିଲେ। ଯଶ୍‌ବପ୍ରୀତ୍‌ ବୁମ୍‌ରାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷିତ କରାଯାଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.