ବାଲେଶ୍ୱର ଜିଲ୍ଲା ସୋର ବାହାନଗା ରେଲେୱେ ଷ୍ଟେସନରେ ଏକ କୋଇଲା ବୋଝେଇ ମାଲଗାଡ଼ିରେ ଅଗ୍ନିକାଣ୍ଡ ଘଟିଛି। ମାଲଗାଡ଼ିଟି କୋଇଲା ବୋଝେଇ କରି ପାରଦ୍ୱୀପରୁ ହଳଦିଆ ଯାଉଥିଲା। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିବାକୁ ପ୍ରୟାସ ଜାରି କରିଛି। ନିଆଁ ଲିଭା କାର୍ଯ୍ୟରେ ଦୁଇଟି ଦମକଳ ବାହିନୀ ନିୟୋଜିତ ହୋଇଛି। ଫଳରେ ପଛରେ ଆସୁଥିବା କିଛି ଟ୍ରେନର ଯାତାୟତରେ ବାଧା ସୃଷ୍ଟି ହେଉଛି। ତେବେ ନିଆଁ ଲାଗିଥିବା କାରଣ ଅସ୍ପଷ୍ଟ ରହିଛି।