ନୂଆଦିଲ୍ଲୀ: ଦୁର୍ବ୍ୟବହାର ମାମଲାରେ ବିବୃତ୍ତି ନେବାକୁ ଦିଲ୍ଲୀ ପୋଲିସର ୩ ଆଇପିଏସ୍ ଅଧିକାରୀ ସ୍ଵାତୀ ମାଲିୱାଲଙ୍କ ଘରେ ପହଞ୍ଚିଛି। ପ୍ରକାଶ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏ ବିଭବ କୁମାର ସ୍ଵାତୀ ମାଲିୱାଲଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି କାରଣରୁ ୩ ଆଇଏଏସ୍ ଅଧିକାରୀଙ୍କ ଏକ ଦଳ ସ୍ଵାତୀ ମାଲିୱାଲଙ୍କ ବାସଭବନରେ ପହଞ୍ଚିଛନ୍ତି।
ସୂଚନାନୁସାରେ, ଦିଲ୍ଲୀ ପୋଲିସକୁ PCR କଲ ଆସିଥିଲା ଏବଂ ଏହା ପରେ ସ୍ଵାତୀ ନିଜେ ପୋଲିସ ଷ୍ଟେସନକୁ ଯାଇ କହିଥିଲେ ଯେ, ସେ ପରେ ଅଭିଯୋଗ କରିବେ। ଏହାକୁ ଭିତ୍ତି କରି ଦିଲ୍ଲୀ ପୋଲିସ ଅଧିକାରୀଙ୍କ ଏକ ଟିମ୍ ତାଙ୍କ ବାସଭବନରେ ପହଞ୍ଚିଛନ୍ତି। ତାଙ୍କ ପକ୍ଷ ନେବା କିମ୍ବା ଲିଖିତ ଅଭିଯୋଗ ଦାଖଲ କରିବେ ନା ଏ ବାବଦରେ ତାଙ୍କ ବିବୃତ୍ତି ଗ୍ରହଣ କରିବାକୁ ପୋଲିସ ପହଞ୍ଚିଛି।
ଉଲ୍ଲେଖ ଯୋଗ୍ୟ ଯେ, ଆଜି ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିବେକ କୁମାରଙ୍କୁ ସ୍ଵାତୀ ମାଲିୱାଲଙ୍କ ସହିତ ଅସଦାଚାରଣ ମାମଲାରେ ଜାତୀୟ ମହିଳା କମିଶନଙ୍କ ଦ୍ୱାରା ନୋଟିସ ପଠାଯାଇଛି।