Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳନ
ଆଜିର ଖବର

ଏମ୍‌ସ ଭୁବନେଶ୍ୱରରେ ଜାତୀୟ ଡେଙ୍ଗୁ ଦିବସ ପାଳନ

May 16, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆଜି ଜାତୀୟ ଡେଙ୍ଗୁ ଦିବସ ପାଳିତ ହୋଇଯାଇଛି। ସଚେତନ ହେଲେ ଡେଙ୍ଗୁ ଭଳି ପ୍ରାଣଘାତୀ ଶତ୍ରୁ କବଳରୁ ମୁକ୍ତି ମିଳିପାରିବ। ଏନେଇ ଆଜି ଏମ୍‌ସ ପକ୍ଷରୁ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଜନସାଧାରଣଙ୍କୁ ସଚେତନତାଧର୍ମୀ ପ୍ରଚାରପତ୍ର ବଣ୍ଟନ କରାଯାଇଥିଲା। ଡେଙ୍ଗୁ ଓ ଭୂତାଣୁବାହୀ ରୋଗ କ୍ଷେତ୍ରରେ ଅନ୍ତର୍ଜାତୀୟ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଡେଙ୍ଗୁ ମଶା ପ୍ରଜନନକୁ ରୋକିବା ନିମନ୍ତେ ଘର ଓ ପରିବେଶକୁ ପରିଷ୍କାର ରଖିବା ଏବଂ ପାଣି ନଜମିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଡେଙ୍ଗୁ ଲାର୍ଭା ସ୍ଥିର କିମ୍ବା ବିଶୁଦ୍ଧ ପାଣିରେ ଦୀର୍ଘ ସମୟ ଯାଏଁ ବଞ୍ଚିରୁହେ। ତେଣୁ ଡେଙ୍ଗୁରୁ ରକ୍ଷା ପାଇବାକୁ ହେଲେ ଘର ଚାରିପାଖରେ ଯେପରି ପାଣି ଜମା ହୋଇ ନରୁହେ ସେନେଇ ଦୃଷ୍ଟି ଦେବାକୁ ହେବ। ସେହିପରି ଆଗକୁ ଆସୁଥିବା ମୌସୁମୀ ସମୟରେ ମଶାରୀ ବ୍ୟବହାର, ପୁରା ହାତ ପୋଷାକ ପିନ୍ଧିବା ଭଳି ନାନା ପ୍ରତିଷେଧକ ବ୍ୟବସ୍ଥା ଉପରେ ଗୁରୁତ୍ବାରୋପ କରିଥିଲେ ଡ. ବିଶ୍ବାସ।

ଏମ୍‌ସ ଭୁବନେଶ୍ୱର ମେଡିସିନ୍‌(ଭେଷଜ) ବିଭାଗ ପକ୍ଷରୁ ଓପିଡି ପରିସରରେ ଆୟୋଜିତ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ସମେତ ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ ଅଭିଜିତ ସରକାର, ଭେଷଜ ବିଭାଗ ମୁଖ୍ୟ ଡ. ଅନୁପମ ଦେ, ଡ. ରଶ୍ମି ରଂଜନ ମହାନ୍ତି, ଡ. ଦେବାନନ୍ଦ ସାହୁ, ଡ. ଶ୍ରୀକାନ୍ତ ବେହେରା, ଶିଶୁ ବିଭାଗର ଡ. ରଶ୍ମୀ ରଂଜନ ଦାସ, ସିଏମ୍‌ଏଫଏମ୍‌ ବିଭାଗର ଡ. ଅରବିନ୍ଦ ସିଂହ ପ୍ରମୁଖ ଯୋଗଦେଇଥିଲେ।

ଡେଙ୍ଗୁ ସଂକ୍ରମଣକୁ ଚିହ୍ନଟ କରିବା ଏବଂ ସଠିକ୍‌ ସମୟରେ ଚିକିତ୍ସା କରିବା ନିହାତି ଆବଶ୍ୟକ। ନଚେତ ଏହା ଗୁରୁତର ଜଟିଳତା ସୃଷ୍ଟି କରିଥାଏ। ଏଥିସହିତ ଡେଙ୍ଗୁ ଜନସ୍ୱାସ୍ଥ୍ୟର ଗୁରୁତ୍ୱ, ମହାମାରୀ ସମ୍ବନ୍ଧୀୟ ବିପଦ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବିଶେଷଜ୍ଞମଣ୍ଡଳୀ। ଉଭୟ ବୟସ୍କ ଏବଂ ପିଲାମାନଙ୍କଠାରେ ଡେଙ୍ଗୁ ରୋଗର ନିରାକରଣ ଏବଂ ଚିକିତ୍ସା ବିଷୟରେ ମଧ୍ୟ ସେମାନେ ସୂଚନା ପ୍ରଦାନ କରିଥିଲେ।

AIIMS Bhubaneswar
Share. Facebook Twitter LinkedIn Email WhatsApp Copy Link

Related Posts

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା: ସୁରେଶ ପୂଜାରୀ

October 31, 2026

ଆଜି ଅକ୍ଟୋବର ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?: ଜାଣନ୍ତୁ

October 31, 2026

ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି

October 30, 2026
Latest News

ଜାତୀୟ ବିଜ୍ଞାନ ସେମିନାର ଜିତିଲେ ଓଡ଼ିଶାର ସୋମ୍ୟାଶ୍ରୀ ଥାନପତି

October 31, 2026

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ହେବ ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ପରୀକ୍ଷା: ସୁରେଶ ପୂଜାରୀ

October 31, 2026

ଆଜି ଅକ୍ଟୋବର ୩୧ ତାରିଖରେ କ’ଣ ରହିଛି ଆପଣଙ୍କର ରାଶିଫଳ?: ଜାଣନ୍ତୁ

October 31, 2026

ଦେଶରେ ଜନଗଣନା ପାଇଁ ତାରିଖ ଚୂଡ଼ାନ୍ତ, ଏହି ୮ଟି ରାଜ୍ୟକୁ ନେଇ ବଡ଼ ନିଷ୍ପତ୍ତି

October 30, 2026

ରେକର୍ଡ ସ୍ତରରେ ରିଲାଏନ୍ସର ତ୍ରୈମାସିକ ଲାଭ: ଜିଓ ଓ ତୈଳ-ରସାୟନ କାରବାର ବୃଦ୍ଧି କଲା ଗତି

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.