ଶ୍ରୀନଗରର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜମ୍ମୁକାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଯୋଗଦେଇ କହିଛନ୍ତି ଯେ, ଜମ୍ମୁକାଶ୍ମୀରରେରେ ସ୍ଥିତିରେ ବହୁ ପରିମାଣରେ ସୁଧାର ଆସିଯାଇଛି। ଏବେ ହୁରିୟାତ୍ ନେତାମାନେ ଭାରତ ଓ ପାକିସ୍ତାନ ମଧ୍ୟରେ କଥାବାର୍ତ୍ତା କରିବା ପାଇଁ ରାଜି ହୋଇଛନ୍ତି । ସୀମାନ୍ତରେ ବ୍ୟାପକ ପରିବର୍ତ୍ତନ ହୋଇଛି । ଏବେ ଏଠାରେ ଶୁକ୍ରବାରକୁ ନମାଜ ପରେ ଦଙ୍ଗା ହେଉନାହିଁ । ପଥର ମାଡ଼ ମଧ୍ୟ ହେଉନାହିଁ । ଲୋକଙ୍କ ପାଖରେ ସକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସତ୍ୟପାଲ୍ଲ ମଲ୍ଲିକ । ଆତଙ୍କବାଦୀ ପ୍ରସଙ୍ଗରେ ସରକାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ହୁରିୟାତ୍ ମୁଖ୍ୟ ମୀରଓ୍ବାଇଜ୍ ଉମର ଫାରୁକ୍ ଭାରତ ଓ ପାକିସ୍ତାନ ପରସ୍ପର ମଧ୍ୟରେ ଆଲୋଚନା ଦରକାର ବୋଲି କଥାବାର୍ତ୍ତା କରିବା ପାଇଁ ଅପିଲ୍ କରିଥିଲେ, କିନ୍ତୁ ଉରି ଆକ୍ରମଣ ପରେ ପାକ୍ ସହ ଦ୍ବିପାକ୍ଷିକ ଆଲୋଚନା ବନ୍ଦ ରହିଛି । ଭାରତ ପାକିସ୍ତାନକୁ ବାରମ୍ବାର ଆତଙ୍କବାଦ ଓ ଆଲୋଚନା ଏକାସାଙ୍ଗରେ ହୋଇପାରିବ ନାହିଁ ବୋଲି କହିଛି । ଜମ୍ମୁରେ ପିଡିପି ଓ ବିଜେପିର ମେଣ୍ଟ ସରକାର ଚାଲିଥିଲା। ହେଲେ ବିଜେପି ମେଣ୍ଟରୁ ଓହରିଯିବା ପରେ ଏହି ସରକାର ଭାଙ୍ଗି ଯାଇଥିଲା। ଏହାପରଠୁ ଏଠାରେ ରାଷ୍ଟ୍ରପତି ଶାସନ ଚାଲିଛି।
ଜମ୍ମୁ କାଶ୍ମୀରର ସ୍ଥିତି ବଦଳିଛି, ଲୋକଙ୍କ ପାଖରେ ସକାରାତ୍ମକ ମନୋଭାବ ଦେଖିବାକୁ ମିଳୁଛି : ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକ
Published:
Jun 23, 2019, 5:14 pm IST
Tags: