2026 ଅଲମ୍ପିକ୍ସ ଆୟୋଜନ ନେଇ ଆଇଓସିର ଦିନିକିଆ ବୈଠକ

Published: Jun 24, 2019, 3:14 pm IST
IOC begins conference to decide on 2026 Olympics host

2026 ଶୀତକାଳୀନ ଅଲମ୍ପିକ୍ସର ଆୟୋଜନ ନେଇ ଅନ୍ତରାଷ୍ଟ୍ରୀୟ ଅଲମ୍ପିକ୍ସ କମିଟି (ଆଇଓସି)ର ଦିନିକିଆ ବୈଠକ ଆରମ୍ଭ ହେବାକୁ ଯାଉଛି । 2026 ଅଲମ୍ପିକ୍ସ ପାଇଁ ଦାବିଦାର ଦୌଡରେ ରହିଛନ୍ତି ମିଲାନ୍‌ -କ୍ରୋଏସିଆ ଏବଂ ଷ୍ଟକହୋମ୍‌-ଆରେ । ଏହି ଦୁଇଟି ବିକଳ୍ପ ମଧ୍ୟରୁ ଜଣଙ୍କୁ 2026 ଅଲମ୍ପିକ୍ସ ପାଇଁ ଚୂଡାନ୍ତ କରାଯିବ । ସନ୍ଧ୍ୟା 6ଟାରେ ଆୟୋଜନ କେଉଁ ରାଷ୍ଟ୍ର କରିବେ ଏହା ସ୍ପଷ୍ଟ ହୋଇଯିବ । ବିଭିନ୍ନ ରାଷ୍ଟ୍ରର ପ୍ରତିନିଧିଙ୍କୁ ପ୍ରଶ୍ନୋତ୍ତର ଏବଂ ଭୋଟିଂ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଆଇଓସିରେ 95 ସଦସ୍ୟ ରହିଥିଲେ ମଧ୍ୟ ସମସ୍ତ ରାଷ୍ଟ୍ର ଭୋଟିଂରେ ଭାଗ ନେବେ ନାହିଁ । ଲୌସାନେର ରହିଥିବା ସ୍ବିସ୍‌ଟେକ୍‌ କନଫରେନ୍ସ ସେଣ୍ଟରରେ ଏହି ଭୋଟିଂ ଅନୁଷ୍ଠିତ ହେବ ।

Related posts