ଭୁବନେଶ୍ବର: ଗତକାଲି ଶେଷ ହୋଇଛି ଓଡିଶାର ଲୋକସଭା ଓ ବିଧାନସଭା ମତଦାନ। ତେବେ ଓଡିଶାରେ ଶେଷ ପର୍ଯ୍ୟାୟରେ କେତେ ମତଦାନ ହୋଇଛି ତାହାର ହିସାବ ଆଜି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫରୁ ଜାରୀ କରାଯାଇଛି। ସେହି ଅନୁସାରେ ଗତକାଲି ଓଡିଶାର ମତଦାନ ହାର ଥିଲା 70.67 ପ୍ରତିଶତ। ସେହିପରି ଗତକାଲି ହୋଇଥିବା ଛଅଟି ଲୋକସଭା ଆସନର ହାରକୁ ଲକ୍ଷ୍ୟ କଲେ ମୟୁରଭଂଜରେ ସର୍ବାଧିକ ଭୋଟ ହୋଇଛି। ସେହିପରି ଦ୍ହିତୀୟରେ ରହିଛି ଜଗତସିହଂପୁର ଲୋକସଭା କ୍ଷେତ୍ର। ତେବେ ଏଥିରେ ପୋଷ୍ଟାଲ ବାଲଟ ହିସାବକୁ ନିଆଯାଇ ନାହିଁ। ଓଡିଶା ନିର୍ବାଚନ 2024 ଭୋଟ ପ୍ରତିଶତ ଶେଷ ପର୍ଯ୍ୟାୟ ନିର୍ବାଚନ
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲAugust 5, 2025