ସାମ୍ବାଦିକ ସମ୍ମିଳନୀରେ ଲୋକାୟୁକ୍ତ ଜଷ୍ଟିସ୍ ଅଜିତ୍ ସିଂହ ରାଜ୍ୟକୁ ଦୁର୍ନୀତିମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି । ଓଡ଼ିଶାର କୌଣସି ଲୋକ ଦୁର୍ନୀତିରେ ପୀଡ଼ିତ ହେବେନି ବୋଲି କହିଛନ୍ତି ଲୋକାୟୁକ୍ତ । ଓଡ଼ିଶାରୁ ଦୁର୍ନୀତି ହଟାଇବାରେ ଲୋକାୟୁକ୍ତଙ୍କ ସହାୟତା କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛନ୍ତି। ସେହିପରି କିଭଳି ଭାବେ ଦୁର୍ନୀତି ଅଭିଯୋଗ କରିହେବ, ସେ ସଂକ୍ରାନ୍ତରେ ମଧ୍ୟ ସୂଚନା ଦେଇଛନ୍ତି ଲୋକାୟୁକ୍ତ । ସରକାରୀ ଅଧିକାରୀଙ୍କ ନାଁରେ ଦୁର୍ନୀତି ଥିଲେ, ସିଧା ଅଭିଯୋଗ କରିପାରିବେ । ଚିଠି, ମେଲ ବା ସିଧସାଳଖ ଲୋକାୟୁକ୍ତ ଅଫିସ୍ ଆସି ଏହି ସଂକ୍ରାନ୍ତୀୟ ଅଭିଯୋଗ କରିହେବ ବୋଲି କହିଛନ୍ତି ଲୋକାୟୁକ୍ତ । ପୂର୍ବରୁ ଲୋକପାଳଙ୍କଠାରୁ ମୋଟ ୫୯୨ଟି ମାମଲା ମିଳିଥିବାବେଳେ ସେଥିମଧ୍ୟରୁ ୬୨ଟି ଅଗ୍ରାହ୍ୟ, ୪୭୬ଟି ବ୍ୟକ୍ତିଗତ ଆରୋପକୁ ସରକାରଙ୍କୁ ପଠଯାଇଛି ବୋଲି ସୂଚନା ଦେଇଛନ୍ତି ଲୋକାୟୁକ୍ତ। ବାକି ଥିବା ୫୪ଟି ଏବଂ ଏବେ ମିଳିଥିବା ୨୮ଟି ମାମଲା ବିଚାରାଧୀନ ରହିଛି ବୋଲି ସୂଚନା ରହିଛି ।