ରାଜସ୍ଥାନ ବିଜେପି ପ୍ରଦେଶ ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମଦନ ଲାଲ ସୈନୀଙ୍କ ସୋମାବର ଦିନ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗ ଯୋଗୁ ଆଜି ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଛି। ମଦନ ଲାଲ ଫୁସଫୁସ ସଂକ୍ରମଣ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଏଥିପାଇଁ ସେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଗତକାଲି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଗତବର୍ଷ ଜୁନ୍ ମାସରେ ମଦନ ଲାଲ ସାଇନିଙ୍କୁ ରାଜସ୍ଥାନ ବିଜେପି ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା। ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଗଭୀର ଶୋକ ଜଣାଇଛନ୍ତି । ମୋଦୀ ଟୁଇଟରେ ଲେଖିଛନ୍ତି, ମଦନ ଲାଲ ସୈନୀଜୀଙ୍କ ପରଲୋକରେ ବିଜେପିକୁ ବଡ଼ କ୍ଷତି ପହଂଚାଇଛି । ସେ ରାଜସ୍ଥାନରେ ଦଳକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିଲେ । ଶୋକାକୁଳ ପରିବାରକୁ ମୁଁ ସମବେଦନା ଜଣାଉଛି ବୋଲି ମୋଦୀ କହିଛନ୍ତି । ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ସୈନୀଙ୍କ ମୃତ୍ୟୁରେ ଶୋକ ପ୍ରକଟ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ
ସିକରରେ ଆଜି ହେବ ମଦନଙ୍କ ଅନ୍ତିମ ସଂସ୍କାର : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ବଡ଼ ବଡ଼ ନେତାମାନେ ଜଣାଇଲେ ଶୋକ
Published:
Jun 25, 2019, 10:07 am IST
Tags: