ସୁପ୍ରିମ୍କୋର୍ଟ ରାଜ୍ୟସଭା ଉପନିର୍ବାଚନକୁ ନେଇ ଗୁଜୁରାଟ କଂଗ୍ରେସର ଯାଚିକାକୁ ଖାରଜ କରିଛନ୍ତି । ଗୁଜରାଟର ୨ଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଏକାଠି କରାଇବା ଲାଗି କଂଗ୍ରେସ ପକ୍ଷରୁ ସୁପ୍ରିମ୍କୋର୍ଟରେ ଏକ ଆବେଦନ କରାଯାଇଥିଲା। ତେବେ ଏହାର ବିଚାର କରି ସୁପ୍ରିମ୍କୋର୍ଟ ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ହୋଇଥିବା ଅଧିସୂଚନାରେ ଦଖଲ ଦେବାକୁ ମନା କରିଛନ୍ତି। ନିର୍ବାଚନ ପରେ ଏହି ନିର୍ବାଚନ ଯାଚିକା ଦାଖଲ କରି ହେବ ବୋଲି କହିଛନ୍ତି ଶୀର୍ଷ ଅଦାଲତ । ଅମିତ ଶାହ ଏବଂ ସ୍ମୃତି ଇରାନୀ ଲୋକ ସଭା ଆସନରୁ ବିଜୟୀ ହେବା ପରେ ଗୁଜରାଟର ଏହି ଦୁଇ ରାଜ୍ୟ ସଭା ଆସନ ଏବେ ଖାଲି ପଡ଼ିଛି। ଏଥି ପାଇଁ ଜୁଲାଇ ୫ରେ ପୃଥକ୍ ପୃଥକ୍ ଭାବେ ନିର୍ବାଚନ କରାଯିବ। ଏହାଦ୍ୱାରା ଭାଜପା ଏହି ୨ଟି ଆସନରେ ସହଜରେ ବିଜୟୀ ହୋଇପାରିବ ବୋଲି କୁହାଯାଉଛି। ଏହାକୁ ବିରୋଧ କରି ଏକାଠି ନିର୍ବାଚନ କରାଇବାକୁ କଂଗ୍ରେସ ନେତା ପରେଶ ଭାଇ ଧନାନି ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ। ଗୁଜୁରାଟର ଏହି ଦୁଇ ଆସନ ପାଇଁ ବିଜେପି ତରଫରୁ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଓ ଜୁଗଲଜୀ ମାଥୁରୀଜୀ ଠୋକର୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ରାଜ୍ୟସଭା ଉପ-ନିର୍ବାଚନ : କଂଗ୍ରେସର ଯାଚିକାକୁ ଖାରଜ କଲେ ସୁପ୍ରିମକୋର୍ଟ
Published:
Jun 25, 2019, 12:53 pm IST
Tags: