ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ମାନବାଧିକାର କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି। ବରିଷ୍ଠ ବିଜେପି ନେତା ମନମୋହନ ସାମଲଙ୍କ ନେତୃତ୍ୱରେ ଏକ ଦଳ କମିଶନଙ୍କୁ ଭେଟି ଭଦ୍ରକ ମଦମୃତ୍ୟୁ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି। ଏହି ମଦମୃତ୍ୟୁ ଘଟଣାରେ ବିଧାୟକ ବ୍ୟୋମକେଶ ରାୟଙ୍କ ସମ୍ପୃକ୍ତି ଥିବା ଶ୍ରୀ ସାମଲ୍ କମିଶନଙ୍କୁ ନିକଟରେ ଅଭିଯୋଗ କରିଛନ୍ତି। ତେଣୁ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛୁ। ସେହିପରି ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ପାଇଁ ଦାବି ରହିଥିଲା । ମାତ୍ର ରାଜ୍ୟ ସରକାର କିଛି ପରିବାରକୁ କ୍ଷତିପୂରଣ ବାବଦକୁ ୫୦,୦୦୦ଟଙ୍କା ଦେଇଥିବାବେଳେ ଅନ୍ୟମାନେ ଏପର୍ଯ୍ୟନ୍ତ ଏହି କ୍ଷତିପୂରଣ ପାଇନାହାନ୍ତି । ଏହି ବିଷୟରେ ମଧ୍ୟ କମିଶନଙ୍କୁ ବିଜେପି ଅବଗତ କରାଇଛି ।