ନୂଆଦିଲ୍ଲୀ: ୧୦.୦୮.୨୦୨୩ରେ ରାଜ୍ୟସଭାରେ ‘‘ଡାକଘର ବିଧେୟକ, ୨୦୨୩’’ ଆଗତ ହୋଇଥିଲା ଏବଂ ୦୪.୧୨.୨୦୨୩ରେ ରାଜ୍ୟସଭାରେ ଗୃହିତ ହୋଇଥିଲା। ଏହାପରେ ୧୩.୧୨.୨୦୨୩ ଏବଂ ୧୮.୧୨.୨୦୨୩ରେ ଏହି ବିଧେୟକ ଉପରେ ବିଚାର କରାଯାଇ ଲୋକସଭାରେ ଅନୁମୋଦନ ଲାଭ କରିଥିଲା।
‘‘ଡାକଘର ଆଇନ, ୨୦୨୩’’ ୨୪ ଡିସେମ୍ବର ୨୦୨୩ରେ ମାନ୍ୟବର ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିଥିଲା ଏବଂ ସାଧାରଣ ସୂଚନା ପାଇଁ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ (ବିଧାନ ବିଭାଗ) ଦ୍ୱାରା ୨୪ ଡିସେମ୍ବର ୨୦୨୩ରେ ଭାରତର ଗେଜେଟ, ଅସାଧାରଣ, ଭାଗ ୨, ଧାରା ୧ରେ ପ୍ରକାଶିତ ହୋଇଥିଲା।
ନାଗରିକ କୈନ୍ଦ୍ରିକ ସେବା, ବ୍ୟାଙ୍କିଙ୍ଗ ସେବା ଏବଂ ସରକାରୀ ଯୋଜନାର ଲାଭ ଅନ୍ତିମ ସୋପାନରେ ପହଞ୍ଚାଇବା ପାଇଁ ଏକ ସରଳ ଆଇନଗତ ଢାଞ୍ଚା ସୃଷ୍ଟି କରିବା ଏହି ଆଇନର ଉଦ୍ଦେଶ୍ୟ।
ଏହି ଆଇନରେ ବ୍ୟବସାୟ କରିବାର ସୁଗମତା ଏବଂ ସହଜ ଜୀବନଧାରଣକୁ ବଢ଼ାଇବା ଲାଗି ଚିଠି ସଂଗ୍ରହ, ପ୍ରକ୍ରିୟାକରଣ ଏବଂ ବିତରଣର ସ୍ୱତନ୍ତ୍ର ଅଧିକାର ବ୍ୟବସ୍ଥାକୁ ସମାପ୍ତ କରିଦିଯାଇଛି।
ଏହି ଆଇନରେ କୌଣସି ଦଣ୍ଡବିଧାନ ବ୍ୟବସ୍ଥା ନାହିଁ।
ଏହା ବସ୍ତୁ, ଚିହ୍ନଟକାରୀ ଓ ପୋଷ୍ଟ କୋଡର ଉପଯୋଗ ବିଷୟରେ ନିର୍ଦ୍ଧାରିତ ମାନଦଣ୍ଡ ପାଇଁ ଏକ ଢାଞ୍ଚା ଉପଲବ୍ଧ କରିଛି।
୧୮ ଜୁନ୍ ୨୦୨୪ ଠାରୁ ‘‘ଡାକଘର ଅଧିନିୟମ, ୨୦୨୩’’ ବିଜ୍ଞପ୍ତି ସଂଖ୍ୟା ଏସ.ଓ. ୨୩୫୨€ ତାରିଖ ୧୭ ଜୁନ, ୨୦୨୪ ବଳରେ ଲାଗୁ ହୋଇଛି ଏବଂ ଏହା ଭାରତୀୟ ଡାକଘର ଆଇନ, ୧୮୯୮କୁ ଉଚ୍ଛେଦ କରିଥାଏ।