ତାମିଲନାଡୁକୁ ୧୦୦୦ ମିଲିୟନ୍‌ କ୍ୟୁବିକ୍‌ ଫୁଟ୍‌ ଜଳ ପ୍ରଦାନ କରିବା ନେଇ କର୍ଣ୍ଣାଟକକୁ ନିର୍ଦ୍ଦେଶ

Published: Jun 26, 2019, 2:54 pm IST

ଆସନ୍ତା ଦୁଇ ମାସ ପାଇଁ ତାମିଲନାଡୁ କୁ ୧୦୦୦ ମିଲିୟନ୍‌ କ୍ୟୁବିକ୍‌ ଫୁଟ୍‌ର ଜଳ ପ୍ରଦାନ କରିବ କର୍ଣ୍ଣାଟକ। କାବେରୀ ଜଳ ପରିଚାଳନା ବୋର୍ଡର ନିଷ୍ପତ୍ତି ଅନୁଯାୟୀ ଜୁନ୍‌ ଏବଂ ଜୁଲାଇ ମାସ ପାଇଁ କର୍ଣ୍ଣାଟକକୁ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାମିଲନାଡୁ ବର୍ତ୍ତମାନ ମରୁଡି ଦ୍ବାରା ପ୍ରଭାବିତ ହୋଇଥିବାରୁ ଏହି ନିର୍ଦ୍ଦେଶ ଦେଇଛନ୍ତି କାବେରୀ ଜଳ ପରିଚାଳନା ବୋର୍ଡ। କର୍ଣ୍ଣାଟକ ସରକାରଙ୍କ ସହିତ ଆଲୋଚନା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ଜଳସଙ୍କଟ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ କେ ପଲାନିସ୍ବାମୀ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିବା ପରେ ଏହି ମଞ୍ଜୁରୀ ମିଳିଛି। ଏହା ସହିତ କାବେରୀ ନଦୀରେ କର୍ଣ୍ଣାଟକ ନିର୍ମାଣ କରିବାକୁ ଯାଉଥିବା ମେକୋଦାଟୁ ପ୍ରକଳ୍ପ ରୋକିବା ପାଇଁ ମଧ୍ୟ ପଲାନିସ୍ବାମୀ ନିର୍ଦ୍ଦେଶ ଦେଇଛନ୍ତି।

Related posts