ଜାତିସଂଘ ସୁରକ୍ଷା ପରିଷଦରେ ଭାରତର ସଦସ୍ୟତାକୁ ୫୫ ରାଷ୍ଟ୍ରଙ୍କ ସମର୍ଥନ

Published: Jun 26, 2019, 5:00 pm IST

ମିଳିତ ଜାତିସଂଘରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଏସିଆ-ପାସିଫିକ ଗୋଷ୍ଠୀର ୨୦୨୧-୨୨ ପାଇଁ ୨ ବର୍ଷର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ୫୫ ଦେଶଙ୍କ ସମର୍ଥନ ମିଳିଛି। ଏହି ରାଷ୍ଟ୍ର ମଧ୍ୟରେ ପାକିସ୍ତାନ ମଧ୍ୟ ସାମିଲ୍‌ ରହିଛି। ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୨୦୨୧-୨୨ବର୍ଷର ୫ଟି ଅସ୍ଥାୟୀ ସଦସ୍ୟ ପାଇଁ ଆସନ୍ତା ବର୍ଷ ଜୁନରେ ନିର୍ବାଚନ ହେବ। ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ସୟଦ ଅକବରୁଦ୍ଦିନ ଟ୍ୱିଟ୍‍ କରି କହିଛନ୍ତି ଯେ ଏସିଆ-ପାସିଫିକ ଗୋଷ୍ଠୀରେ ୟୁଏନଏସସିର ଅସ୍ଥାୟୀ ସଦସ୍ୟତା ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସର୍ବସମ୍ମତିରେ ସମର୍ଥନ ମିଳିଛି। ସମର୍ଥନ ପାଇଁ ଆକବରୁଦ୍ଦିନ ସମସ୍ତ ୫୫ ରାଷ୍ଟ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଭାରତର ସଦସ୍ୟତାକୁ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚୀନ, ଇଣ୍ଡୋନେସିଆ, ଇରାନ, ଜାପାନ, କୁଏତ, କିର୍ଗିଜସ୍ତାନ, ମାଲେସିଆ, ମାଲଦ୍ୱୀପ, ମିଆଁମାର, ନେପାଳ, ପାକିସ୍ତାନ, କ୍ୱାତର, ସାଉଦି ଆରବ, ସିରିଆ, ତୁର୍କୀ, ୟୁଏଇ ଏବଂ ଭିଏତନାମ ସମର୍ଥନ ଜଣାଇଛନ୍ତି।

Related posts