Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ
ଆଜିର ଖବର

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ପାଇଁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଆରମ୍ଭ

June 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ତମାଖୁ ସେବନ ଯୋଗୁଁ ଭାରତରେ ପ୍ରତିବର୍ଷ ପ୍ରାୟ ୧.୩୫ ନିୟୁତ ମୃତ୍ୟୁ ହୋଇଥାଏ। ଭାରତ ମଧ୍ୟ ତମାଖୁର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା ଏବଂ ଉତ୍ପାଦନକାରୀ ଦେଶ। ଗ୍ଲୋବାଲ ୟୁଥ୍ ଟୋବାକୋ ସର୍ଭେ (ଜିୱାଇଟିଏସ୍) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫ ପ୍ରତିଶତ ସ୍କୁଲ ଛାତ୍ରଛାତ୍ରୀ ବିଭିନ୍ନ ରୂପରେ ତମାଖୁ ସେବନ କରିଥାନ୍ତି।

ଆମ ସ୍କୁଲ ଏବଂ କ୍ୟାମ୍ପସ ଚାରିପାଖରେ ବିଭିନ୍ନ ରୂପରେ ତମାଖୁ ଦ୍ରବ୍ୟର ସହଜ ଉପଲବ୍ଧତା ଉପରୋକ୍ତ ପରିସ୍ଥିତି ସୃଷ୍ଟି କରିବାର ଏକ ପ୍ରମୁଖ କାରଣ ବୋଲି ବିଶ୍ୱାସ କରାଯାଏ।

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଏନଟିସିପି)ର ଏକ ଅଂଶ ଭାବରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ନାବାଳକ ଏବଂ ଯୁବକମାନଙ୍କୁ ତମାଖୁ ସେବନରୁ ରକ୍ଷା କରିବା ପାଇଁ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ (ଟିଓଏଫଇଆଇ) ନିର୍ଦ୍ଦେଶାବଳୀ ଜାରି କରିଛି।

ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ପକ୍ଷରୁ ବିଦ୍ୟାଳୟଗୁଡ଼ିକ ପାଇଁ ଏକ “ଟିଓଏଫଇଆଇ କାର୍ଯ୍ୟକାରୀ ମାନୁଆଲ” ବିକଶିତ କରାଯାଇଛି ଏବଂ ଏହାକୁ ବିଶ୍ୱ ତମାଖୁ ନିଷେଧ ଦିବସ (ଡବ୍ଲୁଏନଟିଡି) ରେ ଉନ୍ମୋଚନ କରାଯାଇଛି ଯାହା ୩୧ ମଇ, ୨୦୨୪ରେ ପାଳନ କରାଯାଇଥିଲା । ଏହାର ଉଦ୍ଦେଶ୍ୟ ହେଉଛି ସମଗ୍ର ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ଟିଓଏଫ୍ଇଆଇ ନିର୍ଦ୍ଦେଶାବଳୀ ପାଳନ କରି #ତମାଖୁ ମୁକ୍ତ ଅଞ୍ଚଳ ରେ ପରିଣତ କରିବା ।

ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ପାଇଁ ଅଭିଯାନକୁ ଆଗକୁ ନେବା ପାଇଁ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ସମସ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳକୁ ଏକ ବିସ୍ତୃତ ଆଡଭାଇଜରୀ ଜାରି କରିଛନ୍ତି ଯେ ସେମାନେ ବିଦ୍ୟାଳୟ ଏବଂ ଆଖପାଖ ଅଞ୍ଚଳରେ ନିମ୍ନଲିଖିତ କାର୍ଯ୍ୟ କରି ଟିଓଏଫଇଆଇ କାର୍ଯ୍ୟକାରିତା ମାନୁଆଲ୍ ଅନୁଯାୟୀ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶାବଳୀକୁ ଉପଯୁକ୍ତ ଭବେରେ ପାଳନ କରିବେ :

  • ଶିକ୍ଷାନୁଷ୍ଠାନ ପରିସରରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସୂଚନା ସହିତ ‘ତମାଖୁ ମୁକ୍ତ ଅଞ୍ଚଳ’ ଚିହ୍ନ ପ୍ରଦର୍ଶନ କରନ୍ତୁ।
  • ଶିକ୍ଷାନୁଷ୍ଠାନର ପ୍ରବେଶ/ସୀମା କାନ୍ଥରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସୂଚନା ସହିତ “ତମାଖୁ ମୁକ୍ତ ଶିକ୍ଷା ଅନୁଷ୍ଠାନ” ଚିହ୍ନ ପ୍ରଦର୍ଶନ କରନ୍ତୁ।
  • ପରିସର ଭିତରେ ସିଗାରେଟ୍/ବିଡ଼ି କିମ୍ବା ପରିତ୍ୟକ୍ତ ଗୁଟଖା/ତମାଖୁ ପାଉଚ୍ ଭଳି ତମାଖୁ ବ୍ୟବହାରର କୌଣସି କାର୍ଯ୍ୟ କରିବା ଉଚିତ୍ ନୁହେଁ।
  • ଶିକ୍ଷାନୁଷ୍ଠାନ ପରିସରରେ ତମାଖୁର କ୍ଷତି ସମ୍ପର୍କରେ ପୋଷ୍ଟର ଓ ଅନ୍ୟାନ୍ୟ ସଚେତନତା ସାମଗ୍ରୀ ପ୍ରଦର୍ଶନ
  • ଶିକ୍ଷାନୁଷ୍ଠାନରେ ପ୍ରତି ୬ ମାସରେ ଅତି କମରେ ଗୋଟିଏ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆୟୋଜନ ।
  • ‘ତମାଖୁ ନିରୀକ୍ଷକ’ଙ୍କ ନାମାଙ୍କନ ଏବଂ ସେମାନଙ୍କ ନାମ, ପଦବୀ ଏବଂ ଯୋଗାଯୋଗ ନମ୍ବର ସାଇନେଜ୍ ରେ ଉଲ୍ଲେଖ କରିବାକୁ ହେବ।
  • ଶିକ୍ଷାନୁଷ୍ଠାନ ଆଚରଣ ବିଧିରେ “ତମାଖୁ ବ୍ୟବହାର ନିଷେଧ” ନିର୍ଦ୍ଦେଶାବଳୀ ଅନ୍ତର୍ଭୁକ୍ତ ।
  • ଶିକ୍ଷାନୁଷ୍ଠାନର ସୀମା ପାଚେରି/ବାଡ଼ର ବାହ୍ୟ ସୀମାଠାରୁ ୧୦୦ ଗଜ ଅଞ୍ଚଳ ଚିହ୍ନଟ।
  • ଶିକ୍ଷାନୁଷ୍ଠାନର ୧୦୦ ଗଜ ଭିତରେ ଥିବା ଦୋକାନରେ କୌଣସି ପ୍ରକାର ତମାଖୁ ଦ୍ରବ୍ୟ ବିକ୍ରି ହେବ ନାହିଁ।
  • ଟିଓଏଫ୍ଇଆଇର କାର୍ଯ୍ୟକାରିତା ମାନୁଆଲର ଆନେକ୍ସର-୩ ଅନୁଯାୟୀ ତମାଖୁ ବ୍ୟବହାର ବିପକ୍ଷରେ ଶପଥ ନିଅନ୍ତୁ।

ଏହାବ୍ୟତୀତ ରାସ୍ତାନାଟକ, ଭିଡିଓ ଫିଲ୍ମ, ସ୍ୱେଚ୍ଛାସେବୀ ସଂଗଠନ, ରିସୋର୍ସ ପର୍ସନ ଇତ୍ୟାଦିଙ୍କ ମାଧ୍ୟମରେ ନିଶାମୁକ୍ତି ସମ୍ପର୍କରେ ସଚେତନତା ବାର୍ତ୍ତା ପ୍ରସାର କରିବାରେ ନାଗରିକ ସମାଜର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ତଦନୁଯାୟୀ, ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିଦ୍ୟାଳୟ ପରିଚାଳନା କମିଟି ବୈଠକ, ଜାତୀୟ ସମାଜସେବା ଏବଂ ବିଦ୍ୟାଞ୍ଜଳି-ସ୍କୁଲ ସ୍ୱେଚ୍ଛାସେବୀ ପଦକ୍ଷେପର ମାର୍ଗ ବ୍ୟବହାର କରି ରିସୋର୍ସ ପର୍ସନ, ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକୁ ସାମିଲ କରି ତମାଖୁ ନିବାରଣ ଏବଂ ସେବନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଶିକ୍ଷାନୁଷ୍ଠାନରେ ପଢ଼ୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, ଅଭିଭାବକ ଓ କାର୍ଯ୍ୟରତ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଥିଲା।

ଦେଶବ୍ୟାପୀ ଅଭିଯାନ ଶିକ୍ଷା ମନ୍ତ୍ରଣାଳୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025
Latest News

ସିବିଆଇ ହାତରେ ଧରାପଡିଲେ ରାଉରକେଲା ରେଲୱେ ପାର୍ସଲ କ୍ଲକ, ଜାଣନ୍ତୁ କାରଣ

August 22, 2025

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କିନଡ୍ରିଲର ସିଇଓ ତଥା ଚେୟାରମ୍ୟାନ ମାର୍ଟିନ ସ୍କ୍ରୋଏଟର

August 22, 2025

ସୁଲଭ ମୂଲ୍ୟର ବ୍ରଡବ୍ୟାଣ୍ଡ, ୟୁପିଆଇ ଏବଂ ଡିଜିଟାଲ ପ୍ରଶାସନ କ୍ଷେତ୍ରରେ ଭାରତର ପ୍ରଗତି

August 22, 2025

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ବେଷଣ ୧୯ତମ ସଂସ୍କରଣ ଆରମ୍ଭ

August 22, 2025

ଓଡ଼ିଶାରେ ଉତ୍ପାଦିତ ମାଣ୍ଡିଆର ବିଶେଷ ଚାହିଦା

August 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.