Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ଦେଇଥିବା ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ କଳା ସ୍ୟାହି ଫିଙ୍ଗିଲେ ଦୁର୍ବୃତ୍ତ
ଆଜିର ଖବର

‘ଜୟ ପାଲେଷ୍ଟାଇନ’ର ସ୍ଲୋଗାନ ଦେଇଥିବା ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ କଳା ସ୍ୟାହି ଫିଙ୍ଗିଲେ ଦୁର୍ବୃତ୍ତ

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: AIMIM ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘରେ ଆକ୍ରମଣ କରାଯାଇଛି, ଯେଉଁଥିରେ କିଛି ଅଜ୍ଞାତ ବ୍ୟକ୍ତି ତାଙ୍କ ଘରେ କଳା ସ୍ଵାହି ଫିଙ୍ଗିଛନ୍ତି। ଅସଦୁଦ୍ଦିନ ଓୱାଇସି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି।

ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। AIMIM ମୁଖ୍ୟ ଲେଖିଛନ୍ତି ଯେ, “ଆଜି କିଛି ଦୁର୍ବୃତ୍ତ ମୋ ଘରେ କଳା ସ୍ୟାହି ଫିଙ୍ଗିଥିଲେ। ବର୍ତ୍ତମାନ ମୋର ଦିଲ୍ଲୀ ଘରକୁ କେତେଥର ଟାର୍ଗେଟ କରାଯାଇଛି, ମୁଁ ଗଣିବା ଭୁଲିଯାଇଛି। ନାକ ତଳେ ଏହି ସବୁ କିପରି ଘଟୁଛି?”

ଗୃହମନ୍ତ୍ରୀଙ୍କୁ ଆକ୍ରମଣ କରି ଅସଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ, “ଅମିତ ଶାହା, ଏସବୁ ଆପଣଙ୍କ ଅଧୀନରେ ଘଟୁଛି। ଓମ ବିର୍ଲା, ଦୟାକରି ଆମକୁ କୁହନ୍ତୁ ସାଂସଦଙ୍କ ସୁରକ୍ଷା ନିଶ୍ଚିତ ହେବ କି ନାହିଁ। ଏଥିରେ ମୁଁ ଡ଼ରେ ନାହିଁ। ସାବରକରଙ୍କ ପରି ଭୟଭୀତ କାର୍ଯ୍ୟ କରିବା ବନ୍ଦ କରନ୍ତୁ ଏବଂ ସ୍ୟାହି ଫିଙ୍ଗିବା କିମ୍ବା ପଥର ଫିଙ୍ଗିବା ପରେ ପଳାନ୍ତୁ ନାହିଁ।”

ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ହରିଶଙ୍କର ଜୈନ ରାଷ୍ଟ୍ରପତିଙ୍କୁ ଚିଠି ଲେଖି AIMIM ସାଂସଦ ଆସାଦୁଦ୍ଦିନ ଓୱାଇସିଙ୍କ ସଂସଦ ସଦସ୍ୟତା ବାତିଲ କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, “ଶପଥ ଗ୍ରହଣ କରିବା ସମୟରେ ଓୱାଇସି ଯେପରି ଜୟ ପାଲେଷ୍ଟାଇନର ସ୍ଲୋଗାନ ଉଠାଇଥିଲେ, ଏହା ଅତ୍ୟନ୍ତ ଗମ୍ଭୀର ଏବଂ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ଭାରତରେ ରହୁଥିବା ଜଣେ ବ୍ୟକ୍ତି ଅନ୍ୟ ଦେଶ ପ୍ରତି ଏତେ ଉତ୍ସର୍ଗୀକୃତ ହୋଇପାରିବେ? କିଭଳି ସେ ନିଜେ ଗଣତନ୍ତ୍ରର ମନ୍ଦିରରେ ସେହି ଦେଶର ନାମ ଜପ କରିପାରିବେ? ଶପଥ ଗ୍ରହଣ କରୁଥିବାବେଳେ ଓୱାଇସି ଜୟ ପାଲେଷ୍ଟାଇନର ସ୍ଲୋଗାନ ଉଠାଉଛନ୍ତି। ସେ ଜୟ ଭାରତର ସ୍ଲୋଗାନ ଉଠାଇ ନାହାଁନ୍ତି। ସେମାନେ ଏହି ସ୍ଲୋଗାନର ଆବଶ୍ୟକତା ଅନୁଭବ କରିନାହାଁନ୍ତି, କିନ୍ତୁ ଜୟ ପାଲେଷ୍ଟାଇନର ସ୍ଲୋଗାନ ଉଠାଉଛନ୍ତି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଓୱାଇସି ଜଣେ ଓକିଲ, ସେ ଜାଣନ୍ତି ଯେ, ଧାରା ୧୦୨ ଅନୁଯାୟୀ ତାଙ୍କ ସଂସଦର ସଦସ୍ୟତା ବାତିଲ ହୋଇପାରେ, କିନ୍ତୁ ଏହା ସତ୍ତ୍ୱେ ସେ ଏପରି ସ୍ଲୋଗାନ ଦେଇଛନ୍ତି। ବାସ୍ତବରେ ସେ ଉତ୍ତେଜନାମୂଳକ ଉଦ୍ଦେଶ୍ୟରେ ଏହା କରିଥିଲେ। ଦେଶରେ ଆକ୍ରୋଶ ସୃଷ୍ଟି କରିବା ଲକ୍ଷ୍ୟରେ ସେ ଏହି ସ୍ଲୋଗାନ ଉଠାଇଥିଲେ। ତେଣୁ ମୁଁ ତାଙ୍କ ସଂସଦର ସଦସ୍ୟତା ବାତିଲ କରିବାକୁ ଅନୁରୋଧ କରି ରାଷ୍ଟ୍ରପତିଙ୍କ ନିକଟକୁ ଏକ ଆବେଦନ ପଠାଇଛି। ଏହା ବ୍ୟତୀତ ନିର୍ବାଚନ ଆୟୋଗଙ୍କଠାରୁ ଏ ସମ୍ପର୍କରେ ଏକ ରିପୋର୍ଟ ମଗାଯିବା ଉଚିତ୍। ଯଦି ଭାରତରେ ରହୁଥିବା ଜଣେ ବ୍ୟକ୍ତି ଅନ୍ୟ କୌଣସି ଦେଶ ପାଇଁ ଉତ୍ସର୍ଗୀକୃତ ତେବେ ସେ କୌଣସି ସାମ୍ବିଧାନିକ ପଦବୀ ପାଇବାକୁ ଯୋଗ୍ୟ ନୁହଁନ୍ତି।”

aimim Asaduddin Owaisi Breaking News Palestine Parliament Session
Share. Facebook Twitter LinkedIn Email WhatsApp Copy Link

Related Posts

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026
Latest News

ଟ୍ୱିନ୍ ସିଟି ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଓ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

August 19, 2026

ଆଜି ଅଗଷ୍ଟ ୧୯ ତାରିଖ: ପାଞ୍ଚୋଟି ରାଶି ପାଇଁ ରହିଛି ଶୁଭ ଖବର, ପଢନ୍ତୁ ରାଶିଫଳ

August 19, 2026

ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ

August 18, 2026

କୋରାପୁଟର ଲକ୍ଷ୍ମୀପୁରରେ ଭୂକମ୍ପ ଝଟକା, ଭୟରେ ଘରୁ ବାହାରିଲେ ଲୋକେ

August 18, 2026

ଚିଲିକା ଅଞ୍ଚଳର ସମାଜସେବୀ ଶଙ୍କର ପାଇକରାୟଙ୍କୁ ଏମ୍ସରେ ସାକ୍ଷାତ କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

August 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.