Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟି-୨୦ ବିଶ୍ଵକପରେ ବୃହତ ବିଜୟ ସହ ଫାଇନାଲରେ ଭାରତ: ଇଂଲଣ୍ଡ ଠାରୁ ପ୍ରତିଶୋଧ ନେଲା ରୋହିତ ବାହିନୀ
ଆଜିର ଖବର

ଟି-୨୦ ବିଶ୍ଵକପରେ ବୃହତ ବିଜୟ ସହ ଫାଇନାଲରେ ଭାରତ: ଇଂଲଣ୍ଡ ଠାରୁ ପ୍ରତିଶୋଧ ନେଲା ରୋହିତ ବାହିନୀ

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗୁୟାନାରେ ଖେଳାଯାଇଥିବା ୨୦୨୪ ଟି-୨୦ ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଟିମ ଇଣ୍ଡିଆ ବଡ ବିଜୟ ହାସଲ କରିଛି। ଏହି ବିଜୟ ସହ ଗତ ଟି-୨୦ ବିଶ୍ଵକପରେ ଇଂଲଣ୍ଡ ଠାରୁ ରୋହିତ ବାହିନୀ ପରାଜୟର ପ୍ରତିଶୋଧ ନେଇଛି। ଏହା ପୂର୍ବରୁ ସୁପର-୮ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଭାରତ ୨୦୨୩ ଏକଦିବସୀୟ ବିଶ୍ଵକପର ପ୍ରତିଶୋଧ ନେଇଥିଲା।

ଟି-୨୦ ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲରେ ଇଂଲଣ୍ଡ ଟସ ଜିତି ଭାରତକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲା। ପୁଣିଥରେ ରୋହିତ-କୋହିଲିଙ୍କ ଯୋଡି ଭାରତ ପାଇଁ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ବିରାଟ ମାତ୍ର ୯ ରନର ସ୍କୋରରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ସେପଟେ ଅଧିନାୟକ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିଥିଲେ। ଋଷଭ ପନ୍ତ ମାତ୍ର ୪ ରନରେ ଆଉଟ ହୋଇ ଭାରତକୁ ଦ୍ଵିତୀୟ ଝଟକା ଦେଇଥିଲେ। ତାପରେ ସୂର୍ଯ୍ୟ କୁମାର ଯାଦବ ୪୭ ରନର ଧୂଆଁଧାର ପାଳି ଖେଳିଥିଲେ। ତେବେ ରୋହିତ ଶର୍ମା ୩୯ ବଲରେ ୫୭ ରନ ସ୍କୋର କରିଥିବା ବେଳେ ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୩ ବଲରେ ୨୩ ରନର ଏକ ଉପଯୋଗୀ ପାଳି ଖେଳିଥିଲେ। ଏହିପରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ମୋଟ ୧୭୧ ରନ ସଂଗ୍ରହ କରିଥିଲା।

ଜବାବରେ ଇଂଲଣ୍ଡ ମାତ୍ର ୧୬.୪ ଓଭରରେ ୧୦୩ ରନ କରି ସମସ୍ତ ୱିକେଟ ହରାଇଥିଲା। ଇଂଲଣ୍ଡ ପକ୍ଷରୁ ହାରି ବ୍ରୁକ ସର୍ବାଧିକ ୨୫ ରନ କରିଥିବା ବେଳେ ଅଧିନାୟକ ଜସ ବଟଲର ୨୩ ରନ, ଯୋଫ୍ରା ଆର୍ଚର ୨୧ ରନର ପାଳି ଖେଳିଥିଲେ।

ଭାରତ ପକ୍ଷରୁ ଅକ୍ସର ପଟେଲ ଏବଂ କୁଲଦୀପ ଯାଦବ ୩ ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଜସପ୍ରିତ ବୁମରାହ ୨ ଟି ୱିକେଟ ଅକ୍ତିଆର କରିଥିଲେ। ଅକ୍ସର ପଟେଲଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଭାବେ ବିବେଚନା କରାଯାଇଥିଲା। ଏହିପରି ଭାବରେ ଇଂଲଣ୍ଡକୁ ୬୮ ରନରେ ପରାସ୍ତ କରି ଟିମ ଇଣ୍ଡିଆ ଟି-୨୦ ବିଶ୍ଵକପର ଫାଇନାଲରେ ପ୍ରବେଶ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତାକାଲି ଅର୍ଥାତ ଜୁନ ୨୯ ତାରିଖରେ ଟି-୨୦ ବିଶ୍ଵକପର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ। ଏହି ବଡ ମ୍ୟାଚରେ ଦକ୍ଷିଣ ଆଫ୍ରିକା ସହ ଭାରତର ଲଢେଇ ହେବ। ଏହା ଭାରତୀୟ ସମୟ ରାତି ୮ ଟାରେ ଖେଳାଯିବ।

england india Rohit Sharma t-20 world cup
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025
Latest News

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025

ଓଡିଶା ପୁଲିସର “ଅପରେସନ୍ ଧରପଗଡ” ଅଭିଯାନ: ୪୦ ଅଭିଯୁକ୍ତ ଗିରଫ

December 16, 2025

ଐତିହାସିକ ମାଇଲଖୁଣ୍ଟ ହାସଲ: ୧୫,୦୦୦ ତମ କୋଚ୍ ନିର୍ମାଣ କଲା ଏମସିଏଫ୍

December 16, 2025

ଏପ୍ରିଲ ୨୦୨୫ ପରଠାରୁ ସର୍ବନିମ୍ନ ସ୍ତରରେ ବେକାରୀ ହାର

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.