Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲେଜ ଖାତାରୁ ୧୧ଲକ୍ଷ ହଡ଼ପ ଘଟଣା: ଭୁବନେଶ୍ଵରରୁ ଗିରଫ ହେଲେ ଡାଟା ଅପରେଟର
ଆଜିର ଖବର

କଲେଜ ଖାତାରୁ ୧୧ଲକ୍ଷ ହଡ଼ପ ଘଟଣା: ଭୁବନେଶ୍ଵରରୁ ଗିରଫ ହେଲେ ଡାଟା ଅପରେଟର

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଗିରଫ
ବିହାରରେ ପୂର୍ବତନ ବିଜେପି ବିଧାୟକ ଗିରଫ, ବିୟର ସହ କାର ଜବତ କଲା SSB

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜମା ଖାତାରୁ ଲକ୍ଷାଧିକ ଟଙ୍କା ବିଦ୍ୟାଳୟର ଜଣେ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିକୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ।

ସୂଚନା ଯୋଗ୍ୟ ଯେ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତୀୟ ଷ୍ଟେଟ ବ୍ୟାଙ୍କ ଜମା ଖାତାରେ ସ୍କୁଲ ଫି’ ସହିତ ବିଭିନ୍ନ ଅନୁଦାନର ଲକ୍ଷାଧିକ ଟଙ୍କା ଜମା ରଖା ଯାଇଥିଲା। ଏଥିରେ ବିଦ୍ୟାଳୟର ଡାଟା ଅପରେଟର ପ୍ରଭୁଦତ୍ତ ସ୍ୱାଇଁ ବିଦ୍ୟାଳୟ ଜମା ଖାତାରୁ ଚତୁରତାର ସହ ଗତ ଜାନୁଆରୀ ମାସରୁ ଟଙ୍କା ଟ୍ରାନସଫର କରି ନିଜ ଆକାଉଣ୍ଡକୁ ନେଇ ଯାଉଥିଲେ। କର୍ମଚାରୀ ଜଣକ ୧୧ ଲକ୍ଷ ୫୦ ହଜାର ଟଙ୍କା ନିଜ ଖାତାକୁ ନେବାରେ ସଫଳ ହୋଇଥିଲେ ମଧ୍ୟ କଲେଜର ଅଧ୍ୟକ୍ଷା କିପରି ଜାଣି ପାରି ନ ଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।

ଛୁଟି ପରେ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପରେ କର୍ତ୍ତୃପକ୍ଷ ଷ୍ଟାଫ ମାନଙ୍କର ଦରମା ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀ କହିଥିଲେ ଯେ, ଆପଣଙ୍କ ବିଦ୍ୟାଳୟ ଆକାଉଣ୍ଟରେ ଆଉ ଟଙ୍କା ନାହିଁ। ବିଦ୍ୟାଳୟର ଡାଟା ଅପରେଟର ପ୍ରଭୂଦତ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ବୋଲି ବ୍ୟାଙ୍କ କତୃପକ୍ଷ ପ୍ରକାଶ କରିବା ପରେ ଘଟଣା ଜଣା ପଡିଥିଲା।

କଲେଜ ଅଧ୍ୟକ୍ଷା କମିଟିର ସଦସ୍ୟ ମାନଙ୍କୁ ନେଇ ଜରୁରୀ ବୈଠକ କରି କଲେଜ ଆକାଉଣ୍ଟରୁ ଡାଟା ଅପରେଟର ନିଜ ଆକାଉଣ୍ଟ ଟ୍ରାନ୍ସଫର କରି ଟଙ୍କା ହଡ଼ପ ହୋଇଥିବା ଜଣାଇଥିଲେ। ଏଥିରେ ଫୋନ ଯୋଗେ କର୍ମଚାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।

ଶେଷରେ ଅଧ୍ୟକ୍ଷା ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୋଲିସ ଭୁବନେଶ୍ୱରରୁ ଡାଟା ଅପରେଟର ପ୍ରଭୁଦତ୍ତ ସ୍ୱାଇଁଙ୍କୁ ଭୁବନନେଶ୍ୱରରୁ ଗିରଫ କରିଥିବା ରେଢ଼ାଖୋଲ ଥାନାଧିକାରିଣୀ ଆମ ପ୍ରତି ନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।
ଆଜି ସନ୍ଧ୍ୟାରେ ଡାଟା ଅପରେଟରଙ୍କୁ କୋର୍ଟ ଚାଲାଣ କରାଯାଇଛି।

BJP Ads
ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025
BJP Ads
Latest News

ଭୁବନେଶ୍ୱରଠାରେ କୃଷି କ୍ଷେତ୍ରର ବିଭିନ୍ନ ପକ୍ଷଙ୍କୁ ନେଇ ୩ ଦିନିଆ ପରାମର୍ଶ କର୍ମଶାଳା ଆରମ୍ଭ

November 4, 2025

ବିଳାସପୁରରେ ବଡ ଟ୍ରେନ୍ ଦୁର୍ଘଟଣା, ଚାରି ମୃତ

November 4, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.