Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଲେଜ ଖାତାରୁ ୧୧ଲକ୍ଷ ହଡ଼ପ ଘଟଣା: ଭୁବନେଶ୍ଵରରୁ ଗିରଫ ହେଲେ ଡାଟା ଅପରେଟର
ଆଜିର ଖବର

କଲେଜ ଖାତାରୁ ୧୧ଲକ୍ଷ ହଡ଼ପ ଘଟଣା: ଭୁବନେଶ୍ଵରରୁ ଗିରଫ ହେଲେ ଡାଟା ଅପରେଟର

June 28, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଜମା ଖାତାରୁ ଲକ୍ଷାଧିକ ଟଙ୍କା ବିଦ୍ୟାଳୟର ଜଣେ କର୍ମଚାରୀ ହଡ଼ପ କରିଥିବା ଅଭିଯୋଗରେ ସମ୍ପୃକ୍ତ ବ୍ୟକ୍ତିକୁ ଭୁବନେଶ୍ୱରରୁ ଗିରଫ କରି କୋର୍ଟ ଚାଲାଣ କରିଛି ରେଢ଼ାଖୋଲ ପୋଲିସ।

ସୂଚନା ଯୋଗ୍ୟ ଯେ, ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରତୀୟ ଷ୍ଟେଟ ବ୍ୟାଙ୍କ ଜମା ଖାତାରେ ସ୍କୁଲ ଫି’ ସହିତ ବିଭିନ୍ନ ଅନୁଦାନର ଲକ୍ଷାଧିକ ଟଙ୍କା ଜମା ରଖା ଯାଇଥିଲା। ଏଥିରେ ବିଦ୍ୟାଳୟର ଡାଟା ଅପରେଟର ପ୍ରଭୁଦତ୍ତ ସ୍ୱାଇଁ ବିଦ୍ୟାଳୟ ଜମା ଖାତାରୁ ଚତୁରତାର ସହ ଗତ ଜାନୁଆରୀ ମାସରୁ ଟଙ୍କା ଟ୍ରାନସଫର କରି ନିଜ ଆକାଉଣ୍ଡକୁ ନେଇ ଯାଉଥିଲେ। କର୍ମଚାରୀ ଜଣକ ୧୧ ଲକ୍ଷ ୫୦ ହଜାର ଟଙ୍କା ନିଜ ଖାତାକୁ ନେବାରେ ସଫଳ ହୋଇଥିଲେ ମଧ୍ୟ କଲେଜର ଅଧ୍ୟକ୍ଷା କିପରି ଜାଣି ପାରି ନ ଥିଲେ ତାହା ସନ୍ଦେହ ସୃଷ୍ଟି କରିଛି।

ଛୁଟି ପରେ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପରେ କର୍ତ୍ତୃପକ୍ଷ ଷ୍ଟାଫ ମାନଙ୍କର ଦରମା ସହିତ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ବ୍ୟାଙ୍କରୁ ଟଙ୍କା ଉଠାଇବାକୁ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ମଚାରୀ କହିଥିଲେ ଯେ, ଆପଣଙ୍କ ବିଦ୍ୟାଳୟ ଆକାଉଣ୍ଟରେ ଆଉ ଟଙ୍କା ନାହିଁ। ବିଦ୍ୟାଳୟର ଡାଟା ଅପରେଟର ପ୍ରଭୂଦତ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ବୋଲି ବ୍ୟାଙ୍କ କତୃପକ୍ଷ ପ୍ରକାଶ କରିବା ପରେ ଘଟଣା ଜଣା ପଡିଥିଲା।

କଲେଜ ଅଧ୍ୟକ୍ଷା କମିଟିର ସଦସ୍ୟ ମାନଙ୍କୁ ନେଇ ଜରୁରୀ ବୈଠକ କରି କଲେଜ ଆକାଉଣ୍ଟରୁ ଡାଟା ଅପରେଟର ନିଜ ଆକାଉଣ୍ଟ ଟ୍ରାନ୍ସଫର କରି ଟଙ୍କା ହଡ଼ପ ହୋଇଥିବା ଜଣାଇଥିଲେ। ଏଥିରେ ଫୋନ ଯୋଗେ କର୍ମଚାରୀଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ।

ଶେଷରେ ଅଧ୍ୟକ୍ଷା ରେଢ଼ାଖୋଲ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ରାତିରେ ପୋଲିସ ଭୁବନେଶ୍ୱରରୁ ଡାଟା ଅପରେଟର ପ୍ରଭୁଦତ୍ତ ସ୍ୱାଇଁଙ୍କୁ ଭୁବନନେଶ୍ୱରରୁ ଗିରଫ କରିଥିବା ରେଢ଼ାଖୋଲ ଥାନାଧିକାରିଣୀ ଆମ ପ୍ରତି ନିଧିଙ୍କ ଠାରେ ପ୍ରକାଶ କରିଛନ୍ତି।
ଆଜି ସନ୍ଧ୍ୟାରେ ଡାଟା ଅପରେଟରଙ୍କୁ କୋର୍ଟ ଚାଲାଣ କରାଯାଇଛି।

ରେଢାଖୋଲ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026
Latest News

ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ବେଙ୍ଗାଲୁରୁରେ ପ୍ରତିବାଦ କରିବ CJP: ଯୋଗଦେବେ ପ୍ରକାଶ ରାଜ 

June 14, 2026

ପାଟଳୀପୁତ୍ର ଷ୍ଟେସନରେ ଛାତ୍ରଙ୍କ ତାଣ୍ଡବ: ପରୀକ୍ଷା ଚାପରୁ ପଥରମାଡ଼ ପର୍ଯ୍ୟନ୍ତ, ୩ ଘଣ୍ଟାର ଅରାଜକତାର ପୂରା କାହାଣୀ

June 14, 2026

ସ୍ତ୍ରୀକୁ ହାଣିଲା ସ୍ଵାମୀ

June 14, 2026

ତାମିଲନାଡୁ ରାଜନୀତିରେ ତୀବ୍ର ହେଲା ବାକ୍‌ଯୁଦ୍ଧ: ବିଜୟଙ୍କୁ ଟାର୍ଗେଟ କଲେ ଷ୍ଟାଲିନ

June 14, 2026

ବସ୍ ଦୁର୍ଘଟଣାଗ୍ରସ୍ତ: ଚାଳକ ମୃତ, ୧୫ରୁ ଅଧିକ ଆହତ

June 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.