ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ରଜନୀକାନ୍ତ ସିଂ। ରଜନୀକାନ୍ତ ସିଂଙ୍କ ନାଁ ପ୍ରସ୍ତାବ କରିଥିଲେ ମୁଖ୍ୟମନ୍ତ୍ରୀ। ତାଙ୍କ ପ୍ରସ୍ତାବକୁ ସମର୍ଥନ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ୍ ସମର୍ଥନ କରିଛନ୍ତି। ଅନୁଗୁଳ ଆସନରୁ ଲଗାତାର ୪ ଥର ବିଧାୟକ ହୋଇଛନ୍ତି ରଜନୀକାନ୍ତ ସିଂ। ପୂର୍ବରୁ ଖଣି ଓ ଇସ୍ବାତ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଅନ୍ୟ କେହି ପ୍ରତିଦ୍ବନ୍ଦିତା କରି ନଥିବାରୁ ରଜନୀକାନ୍ତଙ୍କୁ ଉପ ବାଚସ୍ପତି ଭାବରେ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏହି ପଦ ପାଇଁ ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା। ଗତକାଲି ଉପବାଚସ୍ପତି ନିର୍ବାଚନ ପାଇଁ ଆବେଦନ ପ୍ରସ୍ତାବ ପାଇଁ ବିଜ୍ଞପ୍ତି ଘୋଷଣା ହୋଇଥିଲା।


