ବିଳମ୍ବରେ ଓଡ଼ିଶାକୁ ମୌସୁମୀ ଆସି ହଠାତ୍ ଉଦ୍ଭାନ୍ ହୋଇଯାଇଛି। ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ। ଖରା ତାତି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଆଉ ଦୁଇ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିବ। ଓଡ଼ିଶାର ବିଭିନ୍ନ ସ୍ଥାନର ତାପମାତ୍ରା ୪୦ ଡ଼ିଗ୍ରୀ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ମୌସୁମୀ ପ୍ରଭାବରେ ଆସନ୍ତା ୩୦ ତାରିଖରୁ ରାଜ୍ୟରେ ମୌସୁମୀ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି। ମୌସୁମୀ ବାୟୁ ପ୍ରଭାବରେ ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।