ସମାଜବାଦୀ ପାର୍ଟି ନେତା ରାମ ଗୋପାଳ ଯାଦବ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ରାଜ୍ୟସଭାରେ ଦଳୀୟ ସାଂସଦ ନୀରଜ ଶେଖରଙ୍କ ବ୍ୟବହାର ପାଇଁ ଯାଦବ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି । ବୁଧବାର ଦିନ ନୀରଜ ଶେଖର ସଂସଦର ଉପର ସଦନରେ ହଙ୍ଗାମା କରିଥିଲେ । ଏହି ସମୟରେ ରାଜ୍ୟସଭାରେ ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ ଅନୁପସ୍ଥିତ ଥିଲେ । ଗୁରୁବାର ଦଳୀୟ ସାଂସଦଙ୍କ ବ୍ୟବହାର ପାଇଁ ବାଚସ୍ପତି ଏମ୍ ଭେଙ୍କିୟା ନାଇଡୁଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ଶେଖରଙ୍କ ବ୍ୟବହାର ଏବଂ ରାମ ଗୋପାଳଙ୍କ କ୍ଷମା ପ୍ରାର୍ଥନାକୁ ଗୃହର କାର୍ଯ୍ୟକ୍ରମରେ ଯୋଗ କରାଯାଇନଥିବା ବେଳେ ଗୃହର ସମ୍ମାନ ବଜାୟ ରଖିବା ପାଇଁ ସଦସ୍ୟ ମାନେ ତତ୍ପର ରହିବା ଉଚିତ୍ ବୋଲି ନାଇଡୁ ମତ ଦେଇଥିଲେ ।