ଗୁରୁବାର ଭାରତୀୟ ବଜାରରେ ପ୍ରବେଶ କରିଛି ମୋରିସ୍ ଗ୍ୟାରେଜ୍ର ନୂତନ ଏସ୍ୟୁଭି କାର୍ ଏମ୍ଜି ହେକ୍ଟର । କମ୍ପାନୀ ପକ୍ଷରୁ କାର୍ର ଭାରତୀୟ ବଜାର ମୂଲ୍ୟ 12.18 ଲକ୍ଷ ଟଙ୍କା ରହିଥିବା ବେଳେ ଏହା 16.88 ଲକ୍ଷ ପର୍ଯ୍ୟନ୍ତ ସର୍ବାଧିକ ମୂଲ୍ୟ ରହିଛି । ହେକ୍ଟରର 4ଟି ମଡେଲ ଭାରତୀୟ ବଜାରରେ ପ୍ରବେଶ କରିଛି । ଷ୍ଟାଇଲ୍, ସୁପର୍, ସ୍ମାର୍ଟ ଏବଂ ସାର୍ପ ନାମକ 4ଟି ମଡେଲରେ ଏହି କାର ଉପଲବ୍ଧ ହେବ ବୋଲି ଜଣାପଡିଛି । ପୂର୍ବରୁ 120ଟି କାର୍ର ବୁକିଂ ସରିଥିବା ବେଳେ ଆସନ୍ତା ମାସ ସୁଦ୍ଧା ଏହା 250 ଅତିକ୍ରମ କରିବ ବୋଲି ମୋରିସ୍ ଗ୍ୟାରେଜ୍ ପକ୍ଷରୁ ଆକଳନ କରାଯାଇଛି । କାର୍ର ତିନୋଟି ପେଟ୍ରୋଲ ମଡେଲ ରହିଥିବା ବେଳେ ଗୋଟିଏ ଡିଜେଲ ମଡେଲ ରହିଛି ।