ଉଚ୍ଚବିଦ୍ୟାଳୟ ପ୍ରଧାନଶିକ୍ଷକ ମାନଙ୍କ ଅଷ୍ଟମ ବ୍ଲକ୍ ସ୍ତରୀୟ ଆଲୋଚନାଚକ୍ର

Published: Jul 6, 2024, 8:32 pm IST

ରେଢାଖୋଲ (କନ୍ଦର୍ପ ବେହେରା): ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ଫୁଲକୁସୁମ ନିକଟସ୍ଥ ପାଣିମୋରା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ହାଇସ୍କୁଲ ହେଡମାଷ୍ଟର୍ ମାନଙ୍କ ର ଅଷ୍ଟମ ବ୍ଲକ୍ ସ୍ତରୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ଲକ୍ ଶିକ୍ଷା ଅଧିକାରୀ ବିଜୟ କୁମାର ପାତ୍ର ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ସମାରୋହ ରେ କିସିଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ପ୍ରଧାନ ମୁଖ୍ୟ ଆଲୋଚକ ଭାବରେ ଯୋଗ ଦେଇଥିବା ବେଳେ ପାଣିମୋରା ୟୁପି ସ୍କୁଲ୍ ର ପ୍ରଧାନ ଶିକ୍ଷକ ନିରୋଦ ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।

ଏହି ଆଲୋଚନାଚକ୍ର ରେ ନାକଟିଦେଉଳ ବ୍ଲକ୍ ର ସମସ୍ତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ତଥା ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ଗୁଡିକର ଅଗ୍ରଗତି ତଥା ଅଭାବ ଅସୁବିଧା ସମ୍ପର୍କ ରେ ଆଲୋଚନା ହୋଇଥିଲା।

Related posts