ଏବେ କ’ଣ ହେବ ରୋହିତ ଶର୍ମାଙ୍କ ଭବିଷ୍ୟତ?: ବିସିସିଆଇ ସଚିବ ଜୟ ଶାହା ନେଲେ ବଡ ନିଷ୍ପତ୍ତି

Published: Jul 7, 2024, 2:25 pm IST

ନୂଆଦିଲ୍ଲୀ: ନିକଟରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି -୨୦ ବିଶ୍ୱକପ ଜିତିଛି। ଏଥି ସହ ବର୍ତ୍ତମାନ ବିସିସିଆଇ ସଚିବ ଜୟ ଶାହା ଏକ ବଡ ଘୋଷଣା କରିଛନ୍ତି। ବାସ୍ତବରେ ଜୟ ଶାହା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ ଏବଂ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି ଏବଂ ରବିନ୍ଦ୍ର ଜାଡେଜାଙ୍କୁ ଟି -୨୦ ବିଶ୍ୱକପ ଜିତିବାର ଶ୍ରେୟ ଦେଇଛନ୍ତି।

ଏଥିସହ ବିସିସିଆଇ ସଚିବ ଜୟ ଶାହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଚାମ୍ପିଅନ୍ସ ଟ୍ରଫି ବିଷୟରେ ବଡ଼ ସୂଚନା ଦେଇଛନ୍ତି। ଜୟ ଶାହା କହିଛନ୍ତି ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଚାମ୍ପିଅନ୍ସ ଟ୍ରଫିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେବେ।

Related posts