ମାଲକାନଗିରି ମେଡ଼ିକାଲ୍‌ ଏସ୍‌ଏନ୍‌ସିୟୁରେ ଟିକଟକ୍‌ ଭିଡିଓ ପ୍ରସଙ୍ଗ : ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି

Published: Jun 27, 2019, 4:36 pm IST
ମାଲକାନଗିରିର ମୁନ୍ନାଭାଇ ଏମବିବିଏସ ; ଡାକ୍ତର ଆସ୍ଥାନା ପରି ଓଡିଶା ସାରା ଏତେ ଦୁଃଖୀଆତ୍ମା କୋଉଠୁ ଆସିଲେ କେଜାଣି!!

ମହଙ୍ଗା ପଡ଼ିଲା ଟିକ୍‌ଟକ୍‌ ଭିଡିଓ କରିବା। ମାଲକାନାଗିରି ମେଡ଼ିକାଲ୍‌ ଏସ୍‌ଏନ୍‌ସିୟୁରେ ୪ ନର୍ସଙ୍କ ଟିକ୍‌ଟକ୍‌ ଭିଡ଼ିଓ ପ୍ରସଙ୍ଗରେ ୪ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି ଦେଇଛନ୍ତି ସିଡିଏମ୍‌ଓ। ତଦନ୍ତ ନ ତଦନ୍ତ ନ ସରିବା ଯାଏଁ କାର୍ଯ୍ୟରେ ଯୋଗନଦେବାକୁ ନିର୍ଦ୍ଦେଶ ରହିଛି। ଶିଶୁ ବିଭାଗ ଏସ୍‌ଏନ୍‌ସିୟୁରେ ଏହି ନର୍ସମାନେ କାର୍ଯ୍ୟରତ ଥିଲେ। ସମସ୍ତ ବିଧିବ୍ୟବସ୍ଥା ଏବଂ କଟକଣାକୁ ଉଲ୍ଲଂଘନ କରି ଏସ୍‌ଏନ୍‌ସିୟୁ ଶିଶୁବିଭାଗ ଭିତରେ ଫୁଲ ମସ୍ତି କରିଥିଲେ କାର୍ଯ୍ୟରତ ନର୍ସ। ଏହା ସାମ୍ନାକୁ ଆସିବା ପରେ ସଂପୃକ୍ତ ନର୍ସ ମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।

Related posts