Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମରାଠୀ ସଂରକ୍ଷଣ ବିଲ୍‌ ଉପରେ ବମ୍ବେ ହାଇକୋର୍ଟଙ୍କ ମୋହର
ଆଜିର ଖବର

ମରାଠୀ ସଂରକ୍ଷଣ ବିଲ୍‌ ଉପରେ ବମ୍ବେ ହାଇକୋର୍ଟଙ୍କ ମୋହର

June 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସରକାରୀ ଚାକିରି ତଥା ଶୈକ୍ଷିକ ସଂସ୍ଥାଗୁଡ଼ିକରେ ମରାଠୀ ସମୁଦାୟଙ୍କୁ ୧୬ ପ୍ରତିଶତ ସଂରକ୍ଷଣ ଦେବା ନେଇ ବମ୍ବେ ହାଇକୋର୍ଟ ଶୁଣାଣି କରିଛନ୍ତି । ମରାଠୀ ସଂରକ୍ଷଣ ବିଲ୍‌ର ବୈଧତାକୁ ଗ୍ରହଣ କରିବା ସହ ଏହା ଶିକ୍ଷଣ ସଂସ୍ଥାରେ ୧୨ପ୍ରତିଶତ ଓ ସରକାରୀ ଚାକିରିରେ ୧୩ ପ୍ରତିଶତ ସଂରକ୍ଷଣ ରହିବା ନେଇ ନିଷ୍ପତ୍ତି ଦେଇଛନ୍ତି । ସରକାର ୧୬ ପ୍ରତିଶତ ସଂରକ୍ଷଣ ଦେଇଥିବାବେଳେ ଏହା ସମ୍ଭବ ନୁହେଁ ବୋଲି କହିଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟଙ୍କ ମତରେ ଗାଏକ୍ବେଡ଼ା କମିଶନ ରିପୋର୍ଟ ଅନୁସାରେ ୧୨ରୁ ୧୩ ପ୍ରତିଶତ ସଂରକ୍ଷଣ ରହିବା ଜରୁରୀ, ଯାହାକୁ କୋର୍ଟ ଗ୍ରହଣ କରିଛନ୍ତି ।  ଏହା ସହିତ କୋର୍ଟ ଏସିଇବିସି କମିଶନଙ୍କ ରିପୋର୍ଟକୁ ମଧ୍ୟ ଗ୍ରହଣ କରିଛନ୍ତି । କୋର୍ଟ ୫୦ ପ୍ରତିଶତ  ଅଧିକ ସଂରକ୍ଷଣ ଦେବା ଉପରେ ଏହା ସମ୍ବିଧାନ ଅନ୍ତର୍ଗତ ବୋଲି  କହିଛନ୍ତି । ସଂରକ୍ଷଣ ଦେବା ରାଜ୍ୟର ଅଧିକାର ଅଟେ ବୋଲି କୋର୍ଟ କହିଛନ୍ତି । ଗତ ବର୍ଷ ନଭେମ୍ବର ୩୦ ତାରିଖରେ ମହାରାଷ୍ଟ୍ର ବିଧାନମଣ୍ଡଳରେ ସର୍ବସମ୍ମତି କ୍ରମେ ସରକାରୀ ଚାକିରି ଓ ଶୈକ୍ଷଣୀୟସଂସ୍ଥାଗୁଡ଼ିକରେ ପଛୁଆ ବର୍ଗଙ୍କ (ଏସ୍‌ଇବିସି) ଶ୍ରେଣୀଙ୍କ ପରି ମରାଠୀ ସମୁଦାୟଙ୍କ ପାଇଁ ୧୬ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ଏକ ବିଧେୟକ ପାରିତ କରିଥିଲେ । ଏହି ସଂରକ୍ଷଣ ବିରୋଧରେ ହାଇକୋର୍ଟରେ ଅନେକଗୁଡ଼ିଏ ଯାଚିକା ଦାଏର କରାଯାଇଥିଲା । ତତ୍‌ସହିତ ଏହି ସଂରକ୍ଷଣକୁ ସମର୍ଥନରେ ମଧ୍ୟ ଯାଚିକା ଦାଏର କରାଯାଇଥିଲା । ଏହି ବିଲ୍‌ ଉପରେ ବମ୍ବେ ଉଚ୍ଚ ଅଦାଲତ ରହିତାଦେଶ ଲଗାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Latest News

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

କ୍ରୀଡା କୋଟାରେ ରାଜ୍ୟରୁ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.