ସରକାରୀ ଅଧିକାରୀଙ୍କୁ ବିଜେପି ବିଧାୟକଙ୍କ ଆକ୍ରମଣ ଘଟଣା : ଅମିତ ଶାହାଙ୍କ ଜବାବ ତଲବ

Published: Jun 28, 2019, 12:11 pm IST

ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟାଙ୍କ ପୁଅ ତଥା ପ୍ରଥମ ଥର ପାଇଁ ମଧ୍ୟପ୍ରଦେଶର ବିଧାୟକ ହୋଇଥିବା ଆକାଶ ବିଜୟବର୍ଗୀୟାଙ୍କ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହା ଜବାବ ତଲବ କରିଛନ୍ତି। ଆକାଶ ବିଜୟବର୍ଗୀୟା ବ୍ୟାଟରେ ନଗର ନିଗମ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏହି ଘଟଣା ଦଳୀୟ ଭାବମୂର୍ତ୍ତିକୁ ସାଧାରଣ ଜନତାଙ୍କ ନିକଟରେ ଖରାପ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ସୂଚନା ଦେଇଛନ୍ତି ଶାହା। ସୂଚନାଯୋଗ୍ୟ ଯେ ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସହରରେ ଚିହ୍ନଟ ହୋଇଥିବା ୨୬ଟି ବିପଦ ଜନକ ଘରକୁ ଭାଙ୍ଗା କାର୍ଯ୍ୟ ଜାରି ରହିଥିଲା। ଏହାକୁ ବିରୋଧ କରି କ୍ରିକେଟ ବ୍ୟାଟରେ ନିଗମ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ। ଆକାଶଙ୍କ ଜାମିନ ଆବେଦନ ଖାରଜ ହେବା ପରେ ତାଙ୍କୁ ଜେଲ୍‌କୁ ପଠାଇ ଦିଆଯାଇଛି। ଜେଲ୍‌ରୁ ଫେରିବା ପରେ ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related posts