ରଥଯାତ୍ରା ପ୍ରସ୍ତୁତି ନେଇ ଶେଷ ସମନ୍ବୟ ବୈଠକ : ଶୃଙ୍ଖଳିତ ଦର୍ଶନ ପାଇଁ ସମେସ୍ତ ଧ୍ୟାନ ଦେବା ଦରକାର

Published: Jun 28, 2019, 12:23 pm IST

ଆଜି ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ପାଇଁ ଶେଷ ସମନ୍ୱୟ ବୈଠକ ବସିଛି। ପୁରୀ ଶ୍ରୀମନ୍ଦିରର ରଥଯାତ୍ରା ସୁରୁଖୁରରେ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ବୈଠକ ବସିଥିଲା। ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ , ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରମୁଖ ଯୋଗ ଦେଇଛନ୍ତି। ଏହା ସହ ବୈଠକରେ ବରିଷ୍ଠ ପୋଲିସ ଅଧିକାରୀ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହିଥିଲେ। ଏହି ସମନ୍ବୟ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରଥଯାତ୍ରା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ରଥଯାତ୍ରାକୁ ଶୃଙ୍ଖଳିତ ଓ ସଠିକ୍‌ଢଙ୍ଗରେ ପାଳନ କରିବା ଲାଗି ପୁରୀ ଜନସାଧାରଣଙ୍କ ସହଯୋଗ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶୃଙ୍ଖଳିତ ରଥଯାତ୍ରା କରିବା ପାଇଁ ସେବାୟତଙ୍କ ସହଯୋଗ ଆବଶ୍ୟକ ରହିଛି। ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ସମେସ୍ତ ଧ୍ୟାନ ଦେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ବୈଠକରେ ଘୋଷଯାତ୍ରାର ନୀତିକାନ୍ତି ଓ ପୁରୀର ସାମଗ୍ରିକ ସମସ୍ୟା ଉପରେ ଆଲୋଚନା କରାଯାଇ ସମସ୍ତ କାର୍ଯ୍ୟକୁ ସମୀକ୍ଷା ମଧ୍ୟ କରାଯାଇଛି। ରଥଯାତ୍ରା ପାଇଁ ଟୋଲ୍‌ ଫ୍ରି ହେବ ବୋଲି ଶ୍ରୀମନ୍ଦିର ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି। ଗୁଣ୍ଡିଚା, ବାହୁଡ଼ା, ସୁନାବେଶ ଦିନ ଟୋଲ୍‌ ଫି ଦେବାକୁ ପଡ଼ିବ ନାହିଁ। ଏହି ଦିନଗୁଡ଼ିକରେ ସମସ୍ତ ଗାଡ଼ିଗୁଡ଼ିକୁ କୌଣସି ଟୋଲ୍‌ ଫି ଦେବାକୁ ପଡ଼ିବ ନାହିଁ।  ଜାତୀୟ ରାଜପଥରେ ୫ଟି ଆମ୍ବୁଲାନ୍ସ ରହିବ। ଆସନ୍ତା ଜୁଲାଇ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଆମ୍ବୁଲାନ୍ସ କାର୍ଯ୍ୟ କରିବ ବୋଲି କହିଛନ୍ତି ଶ୍ରୀମନ୍ଦିର ପ୍ରଶାସକ।

Related posts