ଆପ୍ର ଅଯୋଗ୍ୟ ଘୋଷିତ ହୋଇଥିବା ବିଧାୟକ ଦେବୀନ୍ଦର ଶେରାଓ୍ବତଙ୍କ ମାମଲାର ବିଚାର କରିବାକୁ ମନା କରିଛନ୍ତି ସୁପ୍ରିମ୍କୋର୍ଟ। ବିଜଓ୍ବାସନ୍ ଆସନରୁ ଆପ୍ର ବିଧାୟକ ରହିଥିବା ଶେଖାଓ୍ବତ୍ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଦିଲ୍ଳୀ ବିଧାନସଭା ବାଚସ୍ପତି ଅଯୋଗ୍ୟ ଘୋଷିତ କରିଥିଲେ। ମେ ୬ ତାରିଖରେ ବିଜେପିରେ ଯୋଗ ଦେବା ପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଶେଖାଓ୍ବାତଙ୍କୁ ବିଧାନସଭାରୁ ନିଲମ୍ବନ କରା ଯାଇନାହିଁ ତେଣୁ ସେ ନିଜର ଅଭିଯୋଗ ସିଧାସଳଖ ବାଚସ୍ପତିଙ୍କ ନିକଟରେ ନିଜର ଅଭିଯୋଗ କରିପାରିବେ ବୋଲି କୋର୍ଟ ମତ ଦେଇଛନ୍ତି। ଏହା ବିଧାନସଭାର ଅନ୍ତରୀଣ ମାମଲା ହୋଇଥିବାରୁ କୋର୍ଟ ଏଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
Tags: