ସରକାରୀ ବାସଭବନ ଖାଲି କରିବା ପାଇଁ ଚନ୍ଦ୍ରବାବୁ ନାଇଡୁଙ୍କୁ ନୋଟିସ୍‌

Published: Jun 28, 2019, 1:17 pm IST

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବା ପାଇଁ ସରକାରୀ ନୋଟିସ୍‌ ମିଳିଛି । ଦୁଇ ଦିନ ପୂର୍ବରୁ ନାଇଡୁଙ୍କ ସରକାରୀ ବାସଭବନ ପ୍ରଜାବେଦିକାକୁ ଭାଙ୍ଗିବାର ଆଦେଶ ଦେଇଥିଲେ ଜଗନ ମୋହନ ରେଡ୍ଡୀ । ଟିଡିପି ସଭାପତି ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ବାସଭବନ କ୍ରିଷ୍ଣା ନଦୀରୁ 100 ମିଟର ଦୂରରେ ଅବସ୍ଥିତ ଥିବାରୁ ଏହାର ନିର୍ମାଣ ଆଇନ ବିରୋଧୀ ବୋଲି ଅଭିହିତ କରିବା ସହିତ ଏହାକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ସିଆରଡିଏ କର୍ତ୍ତୃପକ୍ଷ ଘର ଭାଙ୍ଗିବା ପୂର୍ବରୁ ନାଇଡୁଙ୍କୁ ଏକ ସପ୍ତାହର ସମୟ ଦେଇଛନ୍ତି ବୋଲି ଜଣାପଡିଛି । ଏହି ଘରଟି ଲିଙ୍ଗାମାନେନୀ ରମେଶଙ୍କ ନାମରେ ରହିଥିବା ବେଳେ ଏହା ଆନ୍ଧ୍ର ସରକାରଙ୍କୁ ଭଡାରେ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ହାଇଦ୍ରାବାଦ ଛାଡି ବିଜୟଓ୍ବାଡାର ଏହି ଘରକୁ ଆସିଥିଲେ ନାଇଡୁ । ଜଗନ ସରକାରଙ୍କ ଏହି କାର୍ଯ୍ୟକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଟିଡିପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ୟାନାମଲା ରାମକ୍ରିଷ୍ଣୁଡୁ କହିଛନ୍ତି ।

Related posts