Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବା ନେଇ ଲୋକସଭାରେ ପ୍ରସ୍ତାବ ଆଗତ କଲେ ଶାହା
ଆଜିର ଖବର

ଜମ୍ମୁ କାଶ୍ମୀରରେ ରାଷ୍ଟ୍ରପତି ଶାସନ ବୃଦ୍ଧି କରିବା ନେଇ ଲୋକସଭାରେ ପ୍ରସ୍ତାବ ଆଗତ କଲେ ଶାହା

June 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

 

କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ଲୋକସଭାରେ ଜମ୍ମୁ –କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢାଇବା ଉପରେ ପ୍ରସ୍ତାବ ରଖିଛନ୍ତି । ରାଜ୍ୟରେ ରାଷ୍ଟ୍ରପତି ଶାସନ କାଳ ୬ ମାସ ବୃଦ୍ଧି କରାଯିବା ନେଇ ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି, ଜାମ୍ମୁ-କାଶ୍ମୀର ବିଧାନସଭା ଭଙ୍ଗ ହୋଇଯାଇଛି। ଏବେ ରାଜ୍ୟରେ ନିର୍ବାଚନ କରିବା ପାଇଁ ସମୟ ଉପନୀତ ହୋଇନାହିଁ । ଏହି ଅବସରରେ ଘାଟିରେ କେନ୍ଦ୍ର ସରକାର କିପରି ଭାବେ ବିକାଶ କାର୍ଯ୍ୟ କରିଛନ୍ତି, ସେ ସମ୍ପର୍କରେ ଉଲ୍ଲେଖ କରିବା ସହିତ ତାଙ୍କ ଏଜେଣ୍ଡା ମଧ୍ୟ ରଖିଥିଲେ । ଶାହାଙ୍କ ଅନୁସାରେ ସରକାର ସୀମାନ୍ତରେ ଆତଙ୍କବାଦର ଶେଷ ଓ ବିକାଶ କାର୍ଯ୍ୟକୁ ବଢାଇବା ଉପରେ ଜୋର୍‌ ଦେଉଛନ୍ତି ।  ନିର୍ବାଚନ ଆୟୋଗ ଚଳିତବର୍ଷ ଶେଷ ଆଡକୁ ରାଜ୍ୟରେ ବିଧାନସଭା ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେଣୁ ସେଠାରେ ରାଷ୍ଟ୍ରପତି ଶାସନ ସମୟ ଆହୁରି ୬ମାସ ବୃଦ୍ଧି କରିବା ଆବଶ୍ୟକ। ଜୁଲାଇ ୩ରୁ ନୂଆ ସମୟ ସୀମା ଲାଗୁ କରିବାକୁ ଶାହ ପ୍ରସ୍ତାବରେ ଦର୍ଶାଇଛନ୍ତି। ଶାହା ସ୍ବରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେବା ପରେ ପ୍ରଥମ ଥର ପାଇଁ ଲୋକସଭାରେ ପ୍ରସ୍ତାବ ଆଗତ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ଆଇପିଏଲର ସବୁଠାରୁ ମହଙ୍ଗା ଦଳ ହେଲା ରାଜସ୍ଥାନ ରୟାଲ୍ସ ଦଳ: ୧୫୨୮୬ କୋଟିରେ ହେଲା ବିକ୍ରି

March 24, 2026

PSL 2026 ରୁ ବିଦେଶୀ ଖେଳାଳି ଓହରିବା ସତ୍ତ୍ୱେ BCB ନେଲା ବଡ ନିଷ୍ପତ୍ତି

March 24, 2026
Latest News

ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ସମ୍ପର୍କରେ ରାଜ୍ୟସଭାକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

March 24, 2026

ସିମଲାସ୍ଥିତ କେନ୍ଦ୍ରୀୟ ଆଳୁ ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 24, 2026

ମୋଦୀ କେବଳ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ଏକ ବିଚାରଧାରା ଓ ଅନୁଷ୍ଠାନ: କେନ୍ଦ୍ର କୃଷି ମନ୍ତ୍ରୀ ଚୌହାନ

March 24, 2026

ନାଲକୋ କର୍ମଚାରୀଙ୍କ ସମ୍ପର୍କରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 24, 2026

ମଧ୍ୟପ୍ରାଚ୍ୟ ସଙ୍କଟ ଉପରେ ସର୍ବଦଳୀୟ ବୈଠକରେ ଯୋଗଦେବେ ନାହିଁ ରାହୁଲ ଗାନ୍ଧୀ: କହିଲେ କାରଣ

March 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.