Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବୃଦ୍ଧି ପାଇଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜୀକରଣ ସମୟ ସୀମା, ଜାଣନ୍ତୁ କେବେ
ଜାତୀୟ ଖବର

ବୃଦ୍ଧି ପାଇଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜୀକରଣ ସମୟ ସୀମା, ଜାଣନ୍ତୁ କେବେ

July 25, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନମନ୍ତ୍ରୀ ଫସଲ
ବୃଦ୍ଧି ପାଇଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଜୀକରଣ ସମୟ ସୀମା, ଜାଣନ୍ତୁ କେବେ

ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌-ଏଫ୍‌ବିୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଜୁଲାଇ ୩୧ ତାରିଖ ହେଉଛି କୃଷକମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ।

ଖରିଫ, ୨୦୨୩ରେ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଗତବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ୨ ହେକଫର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କ ଭାଗ ବହନ କରିବେ ଏବଂ ଆବେଦନର ବୈଧତା ପାଇଁ ସେମାନଙ୍କୁ ମାତ୍ର ୧/- ଟଙ୍କା ଦେବାକୁ ପଡିବ।

ଉପରୋକ୍ତ ତଥ୍ୟକୁ ଦୃଷ୍ଟିରେ ରଖି ଉନ୍ନତ ବିପଦ ପ୍ରଶମନ ପାଇଁ ଏହି ଯୋଜନାରେ କୃଷକଙ୍କ ପଞ୍ଜୀକରଣ ବୃଦ୍ଧି ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି। ଆଗାମୀ ଖରିଫ ଋତୁରେ ଅତି କମରେ ୨୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀ ପ୍ରକାଶ କରିଛନ୍ତି।

ଜାଲିଆତି ବୀମା ବିଷୟରେ ସୂଚନା ଦେବାକୁ ଯାଇ ପ୍ରମୁଖ ଶାସନ ସଚିବ ଡ. ପାଢୀ ଉଲ୍ଲେଖ କରିଛନ୍ତି ଯେ ଏହି ମାମଲାରେ ସରକାରୀ ଜମିରେ କୃଷିବୀମା, ଅଣଚାଷ ଜମି ଏବଂ ଜଣେ ଅନ୍ୟର ଜମିରେ ବୀମା କରୁଥିବା ଭଳି ଅନେକ ଅସାଧୁ ବ୍ୟକ୍ତି ନଜରକୁ ଆସିଛନ୍ତି। ତେଣୁ ପ୍ରକୃତ କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏଭଳି ସମସ୍ତ ଅସାଧୁ ବ୍ୟକ୍ତି ଓ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ଅବଗତ କରିଛନ୍ତି।

PMFBY
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.