ପ୍ରଥମ ଥର ପାଇଁ ହରିଦାସପୁର-ପାରାଦୀପ ରେଳପଥରେ ଗଡିଲା ଇଞ୍ଜିନ୍‌

Published: Jun 29, 2019, 11:46 am IST

ପରୀକ୍ଷାମୂଳକ ଭାବରେ କେନ୍ଦ୍ରାପଡାରେ ଗଡିଲା ଟ୍ରେନ୍‌। ପ୍ରଥମ ଥର ପାଇଁ କେନ୍ଦ୍ରାପଡା ରେଳଧାରଣାରେ ଗଡିଲା ଇଞ୍ଜିନ୍‌। ଶନିବାର ହରିଦାସପୁରରୁ ଗୋପ ପର୍ଯ୍ୟନ୍ତ ପରୀକ୍ଷାମୂଳକ ଭାବରେ ଏକ ଇଞ୍ଜିନ୍‌ ଚଳାଯାଇଛି। ଦୀର୍ଘଦିନ ଧରି ରେଳ ଧାରଣା ନିର୍ମାଣ ସରିଥିଲେ ମଧ୍ୟ ଏଠାରେ ଟ୍ରେନ୍‌ ଚଳାଚଳ କରିନାହିଁ। ପରୀକ୍ଷଣ ପରେ ଖୁବ୍‌ ଶୀଘ୍ର ଟ୍ରନ୍‌ ଚଳାଚଳ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ହରିଦାସପୁରରୁ ପାରାଦୀପ ମଧ୍ୟରେ ରହିଥିବା ଏହି 82 କିମି ରେଳପଥ ଖୁବ୍‌ଶୀଘ୍ର ସାଧାରଣ ଲୋକଙ୍କ ନିମନ୍ତେ କାର୍ଯ୍ୟକାରୀ ହେବାର ସମ୍ଭାବନା ଦେଖାଦେଇଛି।

Related posts