ଭାରତୀୟ ଜନତା ପାର୍ଟିର ବିଧାୟକ ଦଳର ଉପନେତା ଭାବେ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ସେହିପରି ମୁଖ୍ୟ ସଚେତକ ଭାବରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର । ଚଳିତ ଥର ଓଡ଼ିଶାରେ ୨୩ଟି ବିଧାନସଭା ଆସନ ଜିତି ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି ବିଜେପି ।