ଉତ୍ତରପ୍ରଦେଶର ଯୋଗୀ ସରକାର ଭିଖାରୀମାନଙ୍କୁ ପୁନର୍ବାସ କରିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମ୍ବନ୍ଧୀୟ ଏକ ପାଇଲଟ ପ୍ରୋଜେକ୍ଟ ନଓ୍ବାବ୍ଙ୍କ ସହ ଲକ୍ଷ୍ନୌରେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗର ନିଗମ (ଏଲ୍ଏମ୍ସି)କୁ ରାଜ୍ୟର ରାଜଧାନୀରେ ରହୁଥିବା ସମସ୍ତ ଭିଖାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟ ଗୃହରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାରିରୀକ ରୂପରେ ଅକ୍ଷମ ଥିବା ଭିଖାରୀଙ୍କୁ ଆଶ୍ରୟ ଗୃହରେ ରଖାଯିବ। ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି ଲକ୍ଷ୍ନୌ ମ୍ୟୁନିସପାଲ କର୍ପୋରସେନ। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଦୈନିକ ସ୍ବଚ୍ଛତା କାର୍ଯ୍ୟ କରୁଥିବା ଭିଖାରୀଙ୍କୁ ଦିନକୁ ୩୦୦ ଟଙ୍କାର ମଜୁରୀ ଦିଆଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ୪୫ ଦିନ ଭିତରେ ଭିଖାରୀମାନଙ୍କୁ ପୁନର୍ବାସ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।