ଖୋର୍ଦ୍ଧା: ଜିଲ୍ଲାସ୍ତରୀୟ ମ୍ୟାଲେରିଆ ଏବଂ ଡେଙ୍ଗୁ ସମୀକ୍ଷା ବୈଠକ

Published: Aug 21, 2024, 8:08 pm IST

ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସଭାପତିତ୍ୱରେ ମ୍ୟାଲେରିଆ ଏବଂ ଡେଙ୍ଗୁ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ ରାଜ୍ୟଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ତଥା ଜିଲ୍ଲାରେ ହୋଇଥିବା ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ଉପରେ ମନ୍ତବ୍ୟ ରଖିଥିଲେ। ଏବଂ ଡ଼. ଜୀବନ୍ତ କୁମାର ଆଚାର୍ଜି, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ (ବାହକ ଜନିତ ରୋଗର) ଅଧିକାରୀ ଜିଲ୍ଲାର ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର ସ୍ଥିତି ଓ ଜିଲ୍ଲାରେ କରାଯାଉଥିବା ରୋଗର ନିରାକରଣ ଓ ପଦକ୍ଷେପ ଗୁଡିକ ଉପରେ ଆଲୋଚନା କରିଥିଲେ ଏବଂ ବିସ୍ତୃତ ଆଲୋଚନା ପାଇଁ ପି ପି ଟି ମାଧ୍ଯମରେ ଭି ବି ଡି କନସଲଟାଣ୍ଡ ସ୍ମୃତିରଞ୍ଜନ ରାଉତଙ୍କୁ କହିଥିଲେ।

ସଭାପତି ମହୋଦୟ ଗୃହରେ ଉପସ୍ଥିତ ଥିବା ସଭ୍ୟ ଓ ସଭ୍ୟାମାନଙ୍କୁ ନିର୍ଦ୍ଦେଶ ଦେଲେ କି ପ୍ରତି ସପ୍ତାହର ଶୁକ୍ରବାର ଦିନ ଶୁଖିଲା ଦିବସ ପାଳନ ପାଇଁ ଆଶା ଅଙ୍ଗନବାଡି କର୍ମୀ, ଏସ ଏଚ ଜି ମହିଳା ସଭ୍ୟମାନଙ୍କ ସହଯୋଗରେ ଏହି କାର୍ଯ୍ୟ କରିବାପାଇଁ ନିଷ୍ପତି ନିଆଗଲା। ପ୍ରତ୍ୟକ ଆଶାକର୍ମୀମାନେ ତାଙ୍କ ପାଖରେ ଥିବା ମେଗା ଫୋନ ଦ୍ଵାରା ପ୍ରତି ଗ୍ରାମ ଏବଂ ୱାର୍ଡରେ ମାଇକିଙ୍ଗ / ପ୍ରଚାର କରିବା ପାଇଁ ନିଷ୍ପତି ନିଆଗଲା ।ପ୍ରତ୍ୟେକ ବିଭାଗରେ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ କୁହାଗଲା ଯେ ପ୍ରତ୍ୟେକ ଅଫିସ ଗୃହ ସଫାସୁତୁରା ରଖିବେ ଏବଂ ତାଙ୍କ ଦ୍ଵାରା ନ୍ୟସ୍ତ କରାଯାଉଥିବା କାର୍ଯ୍ୟକୁ ସମୀକ୍ଷା କରିବେ।

ଏହି ସଭାରେ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମୁନିସିପାଲିଟି ଏବଂ ଏନ ଏ ସି ଅଧିକାରୀ ଏବଂ ଗୋଷ୍ଠୀ ଚିକିତ୍ସକ ଅଧିକାରୀମାନେ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

Related posts