Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତାଲୁକ ଆଇନ ସେବା ସମିତିର ହସ୍ତକ୍ଷେପକ୍ରମେ ବିଦ୍ୟାଳୟକୁ ଫେରିଲେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀ
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତିର ହସ୍ତକ୍ଷେପକ୍ରମେ ବିଦ୍ୟାଳୟକୁ ଫେରିଲେ ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀ

August 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ବିଦ୍ୟାର୍ଥୀଙ୍କ ମୁଖରେ ହସ ଫୁଟାଇଲେ ବାଣପୁର ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର। ବିଚାରପତି ଶ୍ରୀ ମହାପାତ୍ରଙ୍କ ହସ୍ତକ୍ଷେପକ୍ରମେ ପୁନଶ୍ଚ ଶିକ୍ଷାଲାଭ କରିବାର ସୁଯୋଗ ପାଇଲେ ବାଣପୁର ଅଞ୍ଚଳର ଅଧାରୁ ପାଠ ଛାଡିଥିବା ୩ ଛାତ୍ରଛାତ୍ରୀ।

ସୂଚନା ମୁତାବକ ବାଣପୁର ଏନଏ ସି ର ଜନୈକ ଅସହାୟ ଗରିବ ବିଧବା ମହିଳାଙ୍କ ସ୍ୱାମୀଙ୍କ ବିୟୋଗ ପରେ ତାଙ୍କର ୩ ଛୋଟ ଛୋଟ ଝିଅମାନେ ନିରୁପାୟ ହୋଇ ଅଧାରୁ ପାଠ ଛାଡିଦେଇଥିଲେ। ତେବେ ନିଜ ପିଲାଙ୍କୁ ପୁନଶ୍ଚ ଶିକ୍ଷାଦାନ ପାଇଁ ମହିଳା ଜଣକ ନିକଟରେ ବାଣପୁର ତାଲୁକ ଆଇନ ରିଟେନର ପଦ୍ମଜା ପଟ୍ଟନାୟକଙ୍କ ଜରିଆରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଉକ୍ତ ଘଟଣାକୁ ଗୁରୁତର ସହ ନେଇ ବିଚାରପତି ଶ୍ରୀ ମହାପାତ୍ର ସଙ୍ଗେସଙ୍ଗେ ବାଣପୁର ବିଇଓଙ୍କୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ଏହି ପରିପ୍ରେକ୍ଷୀରେ ଆଜି ବାଣପୁର ତାଲୁକ ଆଇନ ସେବା ସମିତି ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର-୨ ପରିସରରେ ଏନରୋଲମେଣ୍ଟ ଅଫ ଡ୍ରପ ଆଉଟ ସ୍ଟୁଡେଣ୍ଟସ (ଅଧାରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପୁନଃ ନାମଲେଖା) ଶୀର୍ଷକ ବିଷୟରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟର ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସଭାରେ ବାଣପୁର ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସି.ଏଚ ବିଜୟଲଷ୍ମୀ, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ରିଟେନର ପଦ୍ମଜା ପଟ୍ଟନାୟକ, ଆଇନଜୀବୀ ଜଗଦୀଶ ପଟ୍ଟନାୟକ,ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ବହୁ ଅଭିଭାବକ ମାନେ ଯୋଗଦେଇଥିଲେ। ବିଦ୍ୟାର୍ଥୀମାନେ ଆମ ଦେଶର ଭବିଷ୍ୟତ ଏବଂ ଉନ୍ନତ ଶିକ୍ଷାଦାନ ଦ୍ୱାରା ବିଦ୍ୟାର୍ଥୀମାନେ ଦେଶର ଉନ୍ନତିରେ ସହଯୋଗ କରିପାରିବେ ବୋଲି ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର କହିଥିଲେ।

ଆଜିର ସମାଜରେ ଅନ୍ଧବିଶ୍ୱାସ ଦୂର କରିବାକୁ ହେଲେ ଶିକ୍ଷାର ଆଲୋକ ନିତାନ୍ତ ଜରୁରୀ।  ତେଣୁ ସମସ୍ତ ବିଦ୍ୟାର୍ଥୀ ମାନେ ପୂର୍ଣ୍ଣାଙ୍ଗ ଶିକ୍ଷା ଗ୍ରହଣ କରିବା କଥା ଏବଂ ଅଧାରୁ ପାଠ ଛାଡୁଥିବା ବିଦ୍ୟାର୍ଥୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ପୁନଶ୍ଚ ଶ୍ରେଣୀରେ ନାମ ଲେଖାଇବା ପାଇଁ ସଚେତନତା କରାଇବା ଆଜି ସମସ୍ତଙ୍କ ପାଇଁ ଆୱାହନ ବୋଲି କହିଥିଲେ ବିଚାରପତି ଶ୍ରୀ ମହାପାତ୍ର।

ଏହି ଅବସରରେ ଅଧା ରୁ ପାଠ ଛାଡିଥିବା ବିଦ୍ୟାର୍ଥୀଙ୍କ ପୁନଃ ନାମଲେଖା ପ୍ରକ୍ରିୟାକୁ ଗୁରୁତ୍ୱ ଦେବା ସହ ଏଥି ନିମନ୍ତେ ସମସ୍ତ ବାଣପୁର ବ୍ଲକ ଓ ଏନଏସି ଅଞ୍ଚଳରେ ସଚେତନତା ଅଭିଯାନ ଜାରି ରହିବା ଦରକାର। ଏହି ଅବସରରେ ବାଣପୁର ଅଞ୍ଚଳର ଅଧାରୁ ପାଠ ଛାଡିଥିବା ସମ୍ପୃକ୍ତ ୩ ଛାତ୍ରଛାତ୍ରୀଙ୍କୁ ତାଙ୍କ ବୟସ ଉପଯୋଗୀ ଶ୍ରେଣୀ ଯଥା ଅଷ୍ଟମ, ଷଷ୍ଠ ଏବଂ ତୃତୀୟରେ ନାମ ଲେଖାଯାଇଥିଲା।

ସେହିପରି ଭାବେ ବାଣପୁର ବ୍ଲକର ବିଭିନ୍ନ ବିଦ୍ୟାଳୟର ଅଧାରୁ ପାଠ ଛାଡିଥିବା ଚାରି ଛାତ୍ରଛାତ୍ରୀ ମାନଙ୍କୁ ୟୁ ଡ଼ାଇସ୍ ପ୍ଲସ୍ ରେ ନାମ ସ୍ଥାପନ ପାଇଁ ସଭାର ସଭାପତି ଶ୍ରୀ ମହାପାତ୍ର ଙ୍କ ଦ୍ଵାରା ସୁଯୋଗ ପ୍ରଦାନ କରାଯାଇଥିଲା।

ତେବେ ବିଚାରପତିଙ୍କ ଉକ୍ତ ମହତ ପଦକ୍ଷେପକୁ ଅଞ୍ଚଳବାସି ଭୂୟାଁସୀ ପ୍ରଶଂସା କରିଛନ୍ତି।

ତାଲୁକ ଆଇନ ସେବା ସମିତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ପହିଲି ରଜରେ ସମଗ୍ର ବାଣପୁର ଅଞ୍ଚଳ ଚଳଚଞ୍ଚଳ: ରଜ ପାଳିଲେ ମା’ ଭଗବତୀ

June 14, 2026
Latest News

ଚାକିରି ସ୍ଥାୟୀକରଣ ଦାବିରେ ସରକାରଙ୍କୁ ଚେତାବନୀ, ଜୁଲାଇ ୧୦ରୁ ସାମୁହିକ ଛୁଟି ଧମକ ଦେଲେ ଯୋଗାଣ ସହାୟକ କର୍ମଚାରୀ

June 17, 2026

ଆନ୍ତଃଜିଲ୍ଲା ବାଇକ ଚୋର ଗ୍ୟାଙ୍ଗ ଠାବ; ୭ ଗିରଫ, ୯ ଚୋରି ବାଇକ ଜବତ

June 17, 2026

ବିଦ୍ୟୁତ୍ ଝଟକାରେ ଦୁଇ ଯାଆଙ୍କ ମୃତ୍ୟୁ, ଜଣେ ଆହତ

June 17, 2026

ନଦୀକୂଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ଧରୁଆଡ଼ିହିରୁ ଧରାପଡ଼ିଲେ ଅଭିଯୁକ୍ତ

June 17, 2026

ଅଶାନ୍ତ ବ୍ରହ୍ମପୁର : ନାବାଳକକୁ ପିଟିପିଟି ମାରିଦେଲେ

June 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.