ଭାରତକୁ ମୌସୁମୀ ଆସିସାରିଥିଲେ ମଧ୍ୟ ଗ୍ରୀଷ୍ମର ପ୍ରକୋପ କମିନାହିଁ । ଦେଶର ରାଜଧାନୀ ଦିଲ୍ଳୀରେ ଏବେ ଭୀଷଣ ଗରମ ଅନୁଭୂତ ହେଉଛି । ପ୍ରଚଣ୍ଡ ରୌଦ୍ରତାପକୁ ଦେଖି ସେଠାରେ ବିଦ୍ୟାଳୟଗୁଡ଼ିକରେ ଗ୍ରୀଷ୍ମକାଳୀନ ଛୁଟିକୁ ଆଉ ଗୋଟିଏ ସପ୍ତାହ ପାଇଁ ବଢାଇଦିଆଯାଇଛି । ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ୍ ସିସୋଦିଆ ଟୁଥଟ୍ କରି ରବିବାର ଦିନ ଏହି ସମ୍ବନ୍ଧୀୟ ଘୋଷଣା କରିଛନ୍ତି । ଦିଲ୍ଲୀର ଭୀଷଣ ଖରାକୁ ଦେଖି ବିଦ୍ୟାଳୟଗୁଡ଼ିକରେ ୮ମ ଶ୍ରେଣୀପର୍ଯ୍ୟନ୍ତ ପିଲାଙ୍କୁ ଆଉ ଗୋଟିଏ ସପ୍ତାହର ଛୁଟି ଦେଇଛନ୍ତି । ୮ମ ପର୍ଯ୍ୟନ୍ତ ପିଲାମାନଙ୍କର ସ୍କୁଲ ଜୁଲାଇ ୮ ତାରିଖରେ ଖୋଲା ହେବ । ତେବେ ଅନ୍ୟ ଶ୍ରେଣୀର ପିଲାମାନଙ୍କ ପାଇଁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ରହିଛି । ଏହି ନିୟମ ଦିଲ୍ଲୀର ପ୍ରାଇଭେଟ୍ ସ୍କୁଲରେ ମଧ୍ୟ ଲାଗୁ ହେବ ବୋଲି ମନୀଷ କହିଛନ୍ତି । ପାଣିପାଗ ବିଭାଗ ତରଫରୁ ସୂଚନା ରହିଛି ଯେ, ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ଅବସ୍ଥା ରହିବ ।
Tags: