Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଝଟକା!: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ
ଆଜିର ଖବର

ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଝଟକା!: ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଲେ କେସି ତ୍ୟାଗୀ

September 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେସି ତ୍ୟାଗୀ ଜେଡିୟୁ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ କେସି ତ୍ୟାଗୀ ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି। ରାଜୀବ ରଂଜନ ପ୍ରସାଦ ବର୍ତ୍ତମାନ ଜେଡିୟୁ ର ଜାତୀୟ ମୁଖପାତ୍ର ହେବେ। ଦଳର ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନ ଆଜି ଏକ ଚିଠି ଜାରି କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି।

ଜେଡିୟୁ ସାଧାରଣ ସମ୍ପାଦକ ଆଫାକ ଅହମ୍ମଦ ଖାନଙ୍କ ଦ୍ୱାରା ଦିଆଯାଇଥିବା ଚିଠିରେ ଲେଖାଯାଇଛି ଯେ, ‘ଜନତା ଦଳ (ୟୁନାଇଟେଡ୍) ର ରାଷ୍ଟ୍ରୀୟ ସଭାପତି ନୀତୀଶ କୁମାର (ମୁଖ୍ୟମନ୍ତ୍ରୀ, ବିହାର) ରାଜୀବ ରଂଜନ ପ୍ରସାଦଙ୍କୁ ଜାତୀୟ ମୁଖପାତ୍ର ପଦରେ ନିଯୁକ୍ତ କରିଛନ୍ତି। କେସି ତ୍ୟାଗି ବ୍ୟକ୍ତିଗତ କାରଣରୁ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି।

ବିଧାନସଭା ନିର୍ବାଚନ ପୂର୍ବରୁ ଜେଡିୟୁକୁ ଝଟକା!:

ପ୍ରକାଶ ଯେ, କେସି ତ୍ୟାଗୀ ଜେଡିୟୁ ର ଜଣେ ବରିଷ୍ଠ ଏବଂ ଶକ୍ତିଶାଳୀ ନେତା ଭାବରେ ବିବେଚନା କରାଯାଏ। ମୁଖ୍ୟମନ୍ତ୍ରୀ ନୀତୀଶଙ୍କର ସେ ଅତି ଘନିଷ୍ଠ। ପ୍ରତ୍ୟେକ ପ୍ରସଙ୍ଗରେ ସେ ଖୋଲାଖୋଲି ଭାବେ ନିଜର ମତ ପ୍ରକାଶ କରନ୍ତି। ଏଥି ସହିତ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କେସି ତ୍ୟାଗୀ ଜାତୀୟ ମୁଖପାତ୍ର ପଦରୁ ଇସ୍ତଫା ଦେବା ଦଳ ପାଇଁ ଏକ ଝଟକା ବୋଲି ବିବେଚନା କରାଯାଉଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ ଆଜିକାଲି ପାର୍ଟୀରେ ବହୁତ ସକ୍ରିୟ ଥିବା ଜଣାପଡିଛି। ଗୋଟିଏ ପଟେ ପଦାଧିକାରମାନଙ୍କର ଲଗାତାର ପରିବର୍ତ୍ତନ କରି ସଂଗଠନକୁ ମଜବୁତ କରିବାକୁ ଚେଷ୍ଟା କରୁଥିବାବେଳେ ଅନ୍ୟପକ୍ଷରେ କେସି ତ୍ୟାଗୀଙ୍କ ଇସ୍ତଫା ଦଳ ପାଇଁ କ୍ଷତିକାରକ ହୋଇପାରେ। ଏଥି ସହିତ, କିଛି ଦିନ ପୂର୍ବରୁ କେସି ତ୍ୟାଗୀ ଇସ୍ରାଏଲ ପ୍ରସଙ୍ଗରେ ବିରୋଧୀଙ୍କ ସହ ହାତ ମିଳାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରାମର୍ଶ ଦେବାବେଳେ ସେ କହିଥିଲେ ଯେ, କେନ୍ଦ୍ର ସରକାର ତୁରନ୍ତ ଇସ୍ରାଏଲକୁ ସହାୟତା ବନ୍ଦ କରିବା ଉଚିତ। ଏବେ ତାଙ୍କ ଇସ୍ତଫା ସାମ୍ନାକୁ ଆସିଛି। ଏହି କାରଣରୁ JDU ସମ୍ବନ୍ଧରେ ରାରାଜନୈତିକ ମହଲାରେ ବିଭିନ୍ନ ପ୍ରକାରର ଆଲୋଚନା ଆରମ୍ଭ ହୋଇଛି।

Bihar Election Breaking News jdu KC Tyagi
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025

୧୪୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଆରଜେଡି, ତେଜ ପ୍ରତାପ ଯାଦବଙ୍କ ବିରୋଧରେ ଦେଲା ପ୍ରାର୍ଥୀ

October 20, 2025

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025
Latest News

ଆସନ୍ତା ବର୍ଷ ୧.୬୦ ଲକ୍ଷରେ ପହଞ୍ଚିବ ସୁନା: ୫ ବର୍ଷ ମଧ୍ୟରେ ଦେବ ୨୦୦% ରିଟର୍ଣ୍ଣ

October 20, 2025

୧୪୩ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କଲା ଆରଜେଡି, ତେଜ ପ୍ରତାପ ଯାଦବଙ୍କ ବିରୋଧରେ ଦେଲା ପ୍ରାର୍ଥୀ

October 20, 2025

କାରାକାଟ ଆସନ ପାଇଁ ହେବ କଡା ଲଢେଇ!: ଏବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଲଢ଼ିବେ ଜ୍ୟୋତି ସିଂହ

October 20, 2025

ଭାରତ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କଲେ ଟ୍ରମ୍ପ: ପୁଣିଥରେ ଦେଲେ ଧମକ

October 20, 2025

କାର୍ତ୍ତିକରେ ମାନ ସମ୍ମାନ, ଉତ୍ତମ ସ୍ବାସ୍ଥ୍ୟ ଓ ଲାଭ ପାଇଁ ଆପଣାନ୍ତୁ ଏହି ଉପାୟ

October 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.