ଭୁବନେଶ୍ବରରୁ ୧୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଏବଂ ୧୦ କ୍ବିଣ୍ଟାଲ ଗଞ୍ଜେଇ ଜବତ : ୨ ଗିରଫ

Published: Jul 1, 2019, 9:32 am IST
gram brown sugar and 100 kg ganja

ରାଜଧାନୀ ଭୁବନେଶ୍ୱରରେ ବେଧଡ଼କଭାବେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ବ୍ରାଉନ ସୁଗାର ଓ ଗଞ୍ଜେଇ ଚାଲାଣକାରୀଙ୍କୁ ଧରୁଛି କମିଶନରେଟ୍‌ ପୋଲିସ। ଆଜି ଭୁବନେଶ୍ୱର ବିମାନ ବନ୍ଦରରୁ ବ୍ରାଉନସୁଗାର ଜବତ କରାଯାଇଛି। ସେପଟେ ଖଣ୍ଡଗିରିରେ ଗଞ୍ଜେଇ ଚାଲାଣକାରୀଙ୍କୁ ଧରାଯାଇଛି। ଦୁଇଟି ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୮ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ବ୍ରାଉନସୁଗାର ନେଇ ଯାଉଥିବା ଦିଲୀପ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ତା’ ନିକଟରୁ ୧୯୦୦ ଟଙ୍କା ଓ ମୋବାଇଲ ଜବତ କରାଯାଇଛି। ସେହିପରି ଖଣ୍ଡଗିରିର କୋଳଥିଆ ନିକଟ ଏକ ଡୁପ୍ଲେକ୍ସରେ ଅବକାରୀ ଚଢ଼ଉ ବିଭାଗ ଚଢ଼ାଉ କରିଛି। ସେଠାରୁ ଅବକାରୀ ବିଭାଗ ୧୦ କ୍ୱିଣ୍ଟାଲ ଗଞ୍ଜେଇ ସହ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ ହେଲେ ବାଲେଶ୍ୱରର ସୁବଳ ସାମନ୍ତରାୟ। ସେ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ମାଫିଆ ବୋଲି ଅବକାରୀ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Related posts