ଚଳିତ ଲୋକସଭା ନିର୍ବାଚନରେ ରାଜସ୍ଥାନର କଂଗ୍ରେସର ବିଫଳତା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏହି ପରାଜୟକୁ ସ୍ବୀକାର କରି ଏଥିପାଇଁ ନିଜକୁ ଦାୟୀ କରିଛନ୍ତି। ରାହୁଲ୍ ଗାନ୍ଧିଙ୍କ ପ୍ରତି ସମର୍ଥନ ଜଣାଇଛନ୍ତି ଗେହଲଟ। ଗେହଲଟ୍ ରାହୁଲ୍ଙ୍କ ସହ ବୈଠକ କରିବା ପୂର୍ବରୁ ୨୦୧୯ ନିର୍ବାଚନ ପରାଜୟ ପାଇଁ ଆମେ ସମସ୍ତେ ଦାୟୀ ବୋଲି କହିଛନ୍ତି। ଟୁଇଟ୍ କରି ଗେହଲ୍ଟ କହିଛନ୍ତି ଯେ, ‘ରାହୁଲ୍ ଗାନ୍ଧିଙ୍କ ପ୍ରତି ଏକଜୁଟତା ଦେଖାଇବା ପାଇଁ ଆଜି କଂଗ୍ରେସ ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ବୈଠକ ହେଉଛି। ଆମେ ସମେସ୍ତ କଂଗ୍ରେସ ଅଧ୍ୟକ୍ଷଙ୍କ ସହ ରହିଛୁ ଏବଂ ୨୦୧୯ ପରଜୟ ପାଇଁ ଆମେ ସମସ୍ତେ ଦାୟୀ ରହିଛୁ। ‘ଆମର ଦୃଢ ବିଶ୍ବାସ ରହିଛି ଯେ, ବର୍ତ୍ତମାନ ପରିଦୃଶ୍ୟରେ କେବଳ ରାହୁଲ୍ ଗାନ୍ଧି ଦଳୀୟ ନେତୃତ୍ବ ସଠିକ୍ ଭାବରେ ନେଇପାରିବେ। ଦେଶ ଓ ଦେଶବାସୀଙ୍କ ପ୍ରତି ତାଙ୍କର ପ୍ରତିବଦ୍ଧତା ରହିଛି ବୋଲି କହିଛନ୍ତି ଗେହଲଟ୍। ଲୋକସଭାରେ କଂଗ୍ରେସର ବିରାଟ ପରାଜୟ ପରେ ରାହୁଲ୍ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ କଂଗ୍ରେସର କାର୍ଯ୍ୟସମିତି ଏହି ଇସ୍ତଫା ପତ୍ରକୁ ଅସ୍ବୀକାର କରିଦେଇଥିଲେ। ମିଳିଥିବା ସୂଚନା ଅନୁସାରେ ରାହୁଲ୍ ଗାନ୍ଧି ଦଳର ନେତାଙ୍କୁ ଗାନ୍ଧି ପରିବାର ବାହାରୁ କୌଣସି କଂଗ୍ରେସ ନେତାଙ୍କୁ ଅଧ୍ୟକ୍ଷ କରିବା ପାଇଁ ଚାହୁଁଛନ୍ତି। କିନ୍ତୁ କଂଗ୍ରେସ ନେତା ଏହାକୁ ସମର୍ଥନ କରୁନାହାନ୍ତି। ୧୦୦ରୁ ଅଧିକ ନେତା ରାହୁଲ୍ ଗାନ୍ଧିଙ୍କ ପ୍ରତି ସମର୍ଥନ ଜଣାଇ ନିଜ ପଦରୁ ଇସ୍ତଫା ଦେଇ ସାରିଛନ୍ତି।
ନିର୍ବାଚନ ପରାଜୟ ପାଇଁ ନିଜକୁ ଦାୟୀ କରି ଟୁଇଟ୍ କଲେ ଗେହଲଟ୍
Published:
Jul 1, 2019, 12:46 pm IST
Tags: