Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ
ଆଜିର ଖବର

ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜିମ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ

September 12, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୩,୪୩୫.୩୩ କୋଟି ଟଙ୍କା ବ୍ୟୟ ଅଟକଳରେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ) ଦ୍ୱାରା ଇ-ବସ୍ କ୍ରୟ ଏବଂ ପରିଚାଳନା ପାଇଁ “ପିଏମ-ଇବସ୍ ସେବା-ପେମେଣ୍ଟ ସିକ୍ୟୁରିଟି ମେକାନିଜମ୍ (ପିଏସଏମ) ଯୋଜନା”କୁ ମଞ୍ଜୁରୀ ମିଳିଛି।

ଏହି ଯୋଜନା୨୦୨୪-୨୫ ଆର୍ଥିକ ବର୍ଷରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ୩୮,୦୦୦ରୁ ଅଧିକ ଇଲେକ୍ଟ୍ରିକ୍ ବସ୍ (ଇ-ବସ୍) ପରିଚାଳନା କରିବାରେ ସହାୟକ ହେବ। ଏହି ଯୋଜନାରେ ନିୟୋଜିତ ହେବା ଦିନଠାରୁ ୧୨ ବର୍ଷ ପର୍ଯ୍ୟନ୍ତ ଇ-ବସ୍ ଚଳାଚଳ ରେ ସହାୟତା ମିଳିବ।

ବର୍ତ୍ତମାନ ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥୋରିଟି (ପିଟିଏ) ଦ୍ୱାରା ପରିଚାଳିତ ଅଧିକାଂଶ ବସ୍ ଡିଜେଲ/ସିଏନଜିରେ ଚଳାଚଳ କରୁଥିବାରୁ ପରିବେଶ ଉପରେ ପ୍ରତିକୂଳ ପ୍ରଭାବ ପଡ଼ୁଛି। ଅପରପକ୍ଷରେ ଇ-ବସ୍ ପରିବେଶ ଅନୁକୂଳ ଏବଂ ଏହାର ପରିଚାଳନା ଖର୍ଚ୍ଚ କମ୍ ରହିଛି। ତେବେ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ର ଆଗୁଆ ଅଧିକ ଖର୍ଚ୍ଚ ଏବଂ ଚଳାଚଳରୁ ରାଜସ୍ୱ ଆଦାୟ କମ୍ ହେଉଥିବାରୁ ସେମାନଙ୍କ ପାଇଁ ଇ-ବସ୍ କ୍ରୟ ଓ ଚଳାଚଳ କରିବା ଆହ୍ବାନ ହେବ ବୋଲି ଅନୁମାନ କରାଯାଉଥିଲା।

ଇ-ବସ୍ ର ଉଚ୍ଚ ପୁଞ୍ଜି ଖର୍ଚ୍ଚକୁ ଦୃଷ୍ଟିରେ ରଖି ପବ୍ଲିକ୍ ଟ୍ରାନ୍ସପୋର୍ଟ ଅଥରିଟି (ପିଟିଏ) ପବ୍ଲିକ୍ ପ୍ରାଇଭେଟ୍ ପାର୍ଟନରସିପ୍ ମାଧ୍ୟମରେ ଗ୍ରସ୍ କଷ୍ଟ କଣ୍ଟ୍ରାକ୍ଟ (ଜିସିସି) ମଡେଲ୍ ଜରିଆରେ ଏହି ବସ୍ ଗୁଡ଼ିକୁ ସାମିଲ୍ କରିଛି। ଜିସିସି ମଡେଲ ଅଧୀନରେ ପିଟିଏମାନଙ୍କୁ ବସ୍ ର ଆଗୁଆ ମୂଲ୍ୟ ଦେବାକୁ ପଡିବ ନାହିଁ, ବରଂ ଓଇଏମ୍ / ଅପରେଟରମାନେ ମାସିକ ଦେୟ ସହିତ ପିଟିଏ ପାଇଁ ଇ-ବସ୍ କ୍ରୟ ଏବଂ ପରିଚାଳନା କରନ୍ତି । ଅନ୍ୟପକ୍ଷରେ, ସମ୍ଭାବ୍ୟ ଦେୟ ଖିଲାପ ବିଷୟରେ ଚିନ୍ତା କାରଣରୁ ଓଇଏମ୍ / ଅପରେଟରମାନେ ଏହି ମଡେଲରେ ନିୟୋଜିତ ହେବାକୁ କୁଣ୍ଠାବୋଧ କରୁଛନ୍ତି।

ଏକ ଉତ୍ସର୍ଗୀକୃତ ପାଣ୍ଠି ମାଧ୍ୟମରେ ଓଇଏମ୍ / ଅପରେଟରମାନଙ୍କୁ ଠିକ୍ ସମୟରେ ଦେୟ ସୁନିଶ୍ଚିତ କରି ଏହି ଯୋଜନା ସମ୍ପର୍କିତ ସମସ୍ୟାର ସମାଧାନ କରାଯାଇଛି । ଯଦି ପିଟିଏମାନଙ୍କ ଦ୍ୱାରା ଦେୟ ପ୍ରଦାନ ରେ ଅବହେଳା ହୁଏ, କାର୍ଯ୍ୟକାରୀ ସଂସ୍ଥା ସିଇଏସ୍ଏଲ୍ ଯୋଜନା ପାଣ୍ଠିରୁ ଆବଶ୍ୟକ ଦେୟ ପ୍ରଦାନ କରିବ ଯାହା ପରେ ପିଟିଏ / ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପରିଶୋଧ କରାଯିବ ।

ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରି ଇ-ବସ୍ ଗ୍ରହଣକୁ ସୁଗମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏହି ଯୋଜନା ଦ୍ୱାରା ଗ୍ରୀନହାଉସ ଗ୍ୟାସ ନିର୍ଗମନରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିବ ଏବଂ ଜୀବାଶ୍ମ ଇନ୍ଧନ ବ୍ୟବହାର ମଧ୍ୟ ହ୍ରାସ ପାଇବ । ଏହି ଯୋଜନାକୁ ଚୟନ କରିଥିବା ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ସାଧାରଣ ପରିବହନ କର୍ତ୍ତୃପକ୍ଷ (ପିଟିଏ)ଙ୍କୁ ଲାଭ ମିଳିବ।

କେନ୍ଦ୍ର କ୍ୟାବିନେଟ ନରେନ୍ଦ୍ର ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026
Latest News

ଆଜି ମାର୍ଚ୍ଚ ୨୪ ତାରିଖ ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

March 24, 2026

ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇଜଣ ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ

March 23, 2026

IPL 2026: ଦିଲ୍ଲୀ କ୍ୟାପିଟାଲ୍ସର ବଦଳିବ ପ୍ଲେଇଂ ଇଲେଭେନ, KL ରାହୁଲଙ୍କୁ ମିଳିବ ବଡ଼ ଦାୟିତ୍ୱ

March 23, 2026

“ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣକୁ ସ୍ୱାଗତ କରୁଛି”: ପ୍ରିୟଙ୍କା ଚତୁର୍ବେଦୀଙ୍କ ବଡ଼ ବୟାନ

March 23, 2026

ସଫଳତା ହାସଲ କରିଥିବା ଓଡ଼ିଶା ପୋଲିସର କ୍ରୀଡ଼ାବିତମାନଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି

March 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.