Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୬ ସୁଦ୍ଧା ଭାରତର ପାଣିପାଗ ଓ ଜଳବାୟୁ ପୂର୍ବାନୁମାନକୁ ସୁଦୃଢ଼ କରିବା ପାଇଁ ୨୦୦୦ କୋଟିର ପ୍ରୋତ୍ସାହନ
ଆଜିର ଖବର

୨୦୨୬ ସୁଦ୍ଧା ଭାରତର ପାଣିପାଗ ଓ ଜଳବାୟୁ ପୂର୍ବାନୁମାନକୁ ସୁଦୃଢ଼ କରିବା ପାଇଁ ୨୦୦୦ କୋଟିର ପ୍ରୋତ୍ସାହନ

September 13, 2024No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭୂ ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀର ପୃଥିବୀ ଭବନ ଠାରେମିଶନ ମୌସମ ଉପରେ ଏକ ଜାତୀୟ ସ୍ତରୀୟ ଗଣମାଧ୍ୟମ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ଏମଓଇଏସ୍‍ର ସଚିବ ଡକ୍ଟର ଏମ ରବିଚନ୍ଦ୍ରନ ଏବଂ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସମେତ ଜାତୀୟ ମଧ୍ୟମ ଦୂରତା ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଏନ୍ ସିଏମ୍ ଆର୍ ଡବ୍ଲ୍ୟୁଏଫ୍)ର ମୁଖ୍ୟ ଡ. ଭିଏସ୍ ପ୍ରସାଦ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ।

ସେପ୍ଟେମ୍ବର ୧୧, ୨୦୨୪ରେ କେନ୍ଦ୍ର କ୍ୟାବିନେଟ୍ ମିଶନ ମୌସମକୁ ଅନୁମୋଦନ କରିଛି, ଯେଉଁଥିରେ ଦୁଇ ବର୍ଷ ମଧ୍ୟରେ ୨୦୦୦ କୋଟି ଟଙ୍କାର ବଜେଟ୍ ବ୍ୟୟ ବରାଦ କରାଯାଇଛି। ଏହା ଭାରତ ସରକାରଙ୍କ ଏକ ମହତ୍ୱାକାଂକ୍ଷୀ ପଦକ୍ଷେପ। ଭାରତକୁ “ପାଣିପାଗ-ପ୍ରସ୍ତୁତ ଏବଂ ଜଳବାୟୁ-ସ୍ମାର୍ଟ” କରିବା ଏହାର ଲକ୍ଷ୍ୟ। ଦେଶର ପାଣିପାଗ ଏବଂ ଜଳବାୟୁ ପର୍ଯ୍ୟବେକ୍ଷଣ, ବୁଝାମଣା, ମଡେଲିଂ ଏବଂ ପୂର୍ବାନୁମାନକୁ ସୁଦୃଢ଼ କରିବାକୁ ଏହି ଅଭିଯାନ ପ୍ରୟାସ କରୁଛି, ଯାହା ଦ୍ୱାରା ଉନ୍ନତ ଏବଂ ସଠିକ୍‍ ସେବା ମିଳିପାରିବ।

ମିଶନ ମୌସମର ଲକ୍ଷ୍ୟ ହେଉଛି ଭାରତକୁ ଏକ “ପାଣିପାଗ-ପ୍ରସ୍ତୁତ ଏବଂ ଜଳବାୟୁ-ସ୍ମାର୍ଟ” ରାଷ୍ଟ୍ରରେ ପରିଣତ କରିବା, ଯାହା ଦ୍ୱାରା ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରାଯାଇପାରିବ। ବର୍ତ୍ତମାନ ମିଶନ ମୌସମ ୨୦୨୪-୨୬ ମଧ୍ୟରେ କାର୍ଯ୍ୟକାରୀ ହେବ।

ପ୍ରସ୍ତାବିତ “ମିଶନ ମୌସମ”ର ଉଦ୍ଦେଶ୍ୟ ଗୁଡ଼ିକ ହେଲା:

ଅତ୍ୟାଧୁନିକ ପାଣିପାଗ ନିରୀକ୍ଷଣ ପ୍ରଯୁକ୍ତି ବିଦ୍ୟା ଏବଂ ପ୍ରଣାଳୀ ବିକଶିତ କରିବା।

ଉନ୍ନତ ଟେମ୍ପୋରାଲ ଏବଂ ସ୍ପେସିଆଲ୍ ନମୁନା / କଭରେଜ୍ ସହିତ ଉଚ୍ଚ ରିଜୋଲ୍ୟୁସନ୍ ବାୟୁମଣ୍ଡଳୀୟ ପର୍ଯ୍ୟବେକ୍ଷଣ କାର୍ଯ୍ୟକାରୀ କରିବା।

ପରବର୍ତ୍ତୀ ପିଢ଼ିର ରାଡାର ଏବଂ ଉନ୍ନତ ଉପକରଣ ପେଲୋଡ୍ ଥିବା ଉପଗ୍ରହ କାର୍ଯ୍ୟକାରୀ କରିବା।

ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟର (ଏଚପିସି) କାର୍ଯ୍ୟକାରୀ କରିବା।

ପାଣିପାଗ ଏବଂ ଜଳବାୟୁ ପ୍ରକ୍ରିୟା ଏବଂ ପୂର୍ବାନୁମାନ କ୍ଷମତା ର ବୁଝାମଣାରେ ଉନ୍ନତି ଆଣିବା

ଉନ୍ନତ ପୃଥିବୀ ପ୍ରଣାଳୀ ମଡେଲ, ଏବଂ ଡାଟା-ଚାଳିତ ପଦ୍ଧତି (ଏଆଇ / ଏମଏଲର ବ୍ୟବହାର) ବିକଶିତ କରିବା

ପାଣିପାଗ ପରିଚାଳନା ପାଇଁ ଜ୍ଞାନକୌଶଳ ବିକଶିତ କରିବା

ଶେଷ ମାଇଲ ଯୋଗାଯୋଗ ପାଇଁ ଅତ୍ୟାଧୁନିକ ପ୍ରସାରଣ ବ୍ୟବସ୍ଥା ର ବିକାଶ

ଦକ୍ଷତା ବିକାଶ

ଏହି ଅଭିଯାନର ଲକ୍ଷ୍ୟ ହେଉଛି ୫୦ଟି ଡୋପଲାର ପାଣିପାଗ ରାଡାର (ଡିଡବ୍ଲ୍ୟୁଆର), ୬୦ଟି ରେଡିଓ ସୋଣ୍ଡେ/ରେଡିଓ ୱିଣ୍ଡ (ଆରଏସ/ଆରଡବ୍ଲୁ) ଷ୍ଟେସନ, ୧୦୦ଟି ଡିସ୍‍ଡ୍ରୋମିଟର, ୧୦ଟି ୱିଣ୍ଡ ପ୍ରୋଫାଇଲର, ୨୫ଟି ରେଡିଓମିଟର, ୧ଟି ଅର୍ବାନ ଟେଷ୍ଟବେଡ, ୧ଟି ପ୍ରୋସେସ୍ ଟେଷ୍ଟବେଡ, ୧ଟି ମହାସାଗର ଗବେଷଣା କେନ୍ଦ୍ର ଏବଂ ୧୦ଟି ସାମୁଦ୍ରିକ ସ୍ୱୟଂଚାଳିତ ପାଣିପାଗ ଷ୍ଟେସନ ସ୍ଥାପନ କରିବା।

ଏମଓଇଏସ ସଚିବଙ୍କ କହିବାନୁସାରେ, ମିଶନ ମୌସମ ଉଭୟ ସ୍ଥାନିକ ଏବଂ ସାମୟିକ ସ୍କେଲ ଏବଂ ବାୟୁ ଗୁଣବତ୍ତା ଡାଟା ଉପରେ ପୂର୍ବାନୁମାନରେ ଉନ୍ନତି ଆଣିବ ଏବଂ ଦୀର୍ଘକାଳୀନ ପାଣିପାଗ ପରିଚାଳନା / ହସ୍ତକ୍ଷେପ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। ୨୦୨୬ ମାର୍ଚ୍ଚ ସୁଦ୍ଧା ଆମେ ଉନ୍ନତ ପର୍ଯ୍ୟବେକ୍ଷଣ ପାଇଁ ରାଡାର, ୱିଣ୍ଡ ପ୍ରୋଫାଇଲର ଏବଂ ରେଡିଓମିଟରର ଏକ ବିସ୍ତୃତ ନେଟୱାର୍କ ସ୍ଥାପନ କରିବାକୁ ଚାହୁଁଛୁ। ବାସ୍ତବ ସ୍ଥିତି ଏବଂ ପାଣିପାଗ ପୂର୍ବାନୁମାନ ବିଜ୍ଞାନକୁ ମଧ୍ୟ ଆମେ ଭଲ ଭାବରେ ବୁଝିବାକୁ ଅପେକ୍ଷା କରିଛୁ। ପର୍ଯ୍ୟବେକ୍ଷଣର ବୃଦ୍ଧି ସହିତ ଉନ୍ନତ ଡାଟା ସମୀକରଣ ହେବ। ପୂର୍ବାନୁମାନରେ ଉନ୍ନତି ଆଣିବା ପାଇଁ ଆମେ ପଦାର୍ଥ ବିଜ୍ଞାନ ଭିତ୍ତିକ ସଂଖ୍ୟାଗତ ମଡେଲ ଏବଂ ଡାଟା-ଚାଳିତ ଏଆଇ / ଏମଏଲ ମଧ୍ୟ ବ୍ୟବହାର କରିବୁ। ଆମେ ବାୟୁମଣ୍ଡଳୀୟ ବିଜ୍ଞାନରେ ଅଧିକ ଉଦ୍ଭାବନ, ଗବେଷଣା ଓ ବିକାଶ ଏବଂ ଅଗ୍ରଗତି ଦେଖିବୁ” ବୋଲି ଡ. ରବିଚନ୍ଦ୍ରନ କହିଛନ୍ତି।

ନାଗରିକ ଏବଂ ଅଂଶୀଦାରମାନଙ୍କୁ ଉପକୃତ କରିବା ପାଇଁ ଡାଟା ଏବଂ ସେବାର ପ୍ରସାର ଏବଂ ଦକ୍ଷତା ବିକାଶକୁ ମଧ୍ୟ ସମ୍ପ୍ରସାରିତ କରାଯିବ । ଦେଶର କୌଣସି ପାଣିପାଗ ବ୍ୟବସ୍ଥାକୁ ଅଣଦେଖା କରାଯିବ ନାହିଁ। ପାଣିପାଗ, ଜଳବାୟୁ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଉନ୍ନତ ସେବା ପ୍ରଦାନ କରିବ, ଯାହା ଦ୍ୱାରା ବିଭିନ୍ନ କ୍ଷେତ୍ରକୁ ସମାନ ଅର୍ଥନୈତିକ ଏବଂ ସାମାଜିକ ଲାଭ ହସ୍ତାନ୍ତର ସୁନିଶ୍ଚିତ ହେବ ବୋଲି ସେ କହିଛନ୍ତି।

ମନ୍ତ୍ରଣାଳୟର ତିନୋଟି ଅନୁଷ୍ଠାନ ଆଇଏମଡି, ଏନସିଏମଆରଡବ୍ଲୁଏଫ ଏବଂ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟେରୋଲୋଜି ମୁଖ୍ୟତଃ ମିଶନ ମୌସମ କାର୍ଯ୍ୟକାରୀ କରିବେ । ଏହି ଅନୁଷ୍ଠାନଗୁଡ଼ିକୁ ଅନ୍ୟାନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସେସ୍ ଏବଂ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଓସେନ୍ ଟେକ୍ନୋଲୋଜି) ସହଯୋଗ କରିବା ସହିତ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ଉଦ୍ୟୋଗଗୁଡ଼ିକୁ ସହଯୋଗ କରିବା ସହ ପାଣିପାଗ ଓ ଜଳବାୟୁ ବିଜ୍ଞାନ ଏବଂ ସେବା କ୍ଷେତ୍ରରେ ସଠିକ ଏବଂ ସମୟୋପଯୋଗୀ ସେବା ପ୍ରଦାନ ଲାଗି ଭାରତର ନେତୃତ୍ୱକୁ ଆଗକୁ ବଢ଼ାଇବେ।

ଭୂ-ବିଜ୍ଞାନ ମନ୍ତ୍ରଣାଳୟ ମିଶନ ମୌସମ
Share. Facebook Twitter LinkedIn Email WhatsApp Copy Link

Related Posts

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.