ପୁରୁଣା ପେନସନ ଲାଗି ଦିଲ୍ଲୀରେ ଜାତୀୟ କାର୍ଯ୍ୟକାରିଣୀ: ୨୬ ରେ ଜିଲ୍ଲାପାଳ ଜରିଆରେ ଦାବି ପତ୍ର ପ୍ରଦାନ

Published: Sep 16, 2024, 7:15 am IST

ନୂଆଦିଲ୍ଲୀ: ସାରା ଭାରତ ବର୍ଷରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଦାବି ପୁରୁଣା ପେନସନକୁ ସାକାର କରିବା ନେଇ ରାଷ୍ଟ୍ରୀୟ ପୁରୁଣା ପେନସନ ଅଭିଯାନ ସଂଗଠନ ନୂଆଦିଲ୍ଲୀ ସ୍ଥିତ ସୁରଜିତ ଭବନ ଠାରେ କେନ୍ଦ୍ରୀୟ ଏକଜ୍ୟୁଟିଭ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମସ୍ତ ରାଜ୍ୟର ନେତୃତ୍ୱ ମାନେ କେନ୍ଦ୍ର ସରକାର ଘୋଷଣା କରିଥିବା ୟୁନିଫାଏଡ ପେନସନ ସ୍କିମକୁ ବିରୋଧ କରି ଦେଶର ଏକ କୋଟି ଶିକ୍ଷକ ଏବଂ କର୍ମଚାରୀ ପୁରୁଣା ପେନସନ ଲାଗୁକରିବା ନିମନ୍ତେ କେନ୍ଦ୍ରସରକାରଙ୍କୁ ଜଣାଇଛନ୍ତି।

ବୈଠକରେ ରାଜ୍ୟ ସ୍ତରୀୟ ସଙ୍ଗଠନକୁ ଆହୁରି ମଜବୁତ କରିବା ପାଇଁ ପୂର୍ଣ୍ଣାଙ୍ଗ ଖସଡ଼ା ପ୍ରସ୍ତୃତ କରାଯିବା ସହ ଆଗାମୀ ଦିନରେ ସାରା ଭାରତ ବର୍ଷର କର୍ମଚାରୀଙ୍କୁ ଦିଲ୍ଲୀ ଚାଲ୍ଲୋ ନାରା ନେଇ ଏକ ବିଶାଳ ରାଲି କରାଯିବା ଉପରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରିବା ପାଇଁ ଡ଼ିସେମ୍ବର ୧୫ ତାରିଖରେ ନୂଆଦିଲ୍ଲୀ ଠାରେ ଏକ ସମ୍ମିଳନୀ କରିବାକୁ ନିଷ୍ପତି ଗ୍ରହଣ କରାଯାଇଅଛି।

ଓଡିଶା ରାଜ୍ୟରୁ ରାଜ୍ୟ ଏନ ଏମ ଓପିଏସ କମିଟି ସଭାପତି ବିଜୟ ମଲ୍ଲଙ୍କ ନେତୃତ୍ୱରେ ତିନିଜଣିଆ ରାଜ୍ୟ କମିଟି ଉପସଭାପତି ବଂକିମ ଚନ୍ଦ୍ର ସାଗର, ଉପସଭାପତି ପ୍ରିୟବ୍ରତ ନାୟକ ବୈଠକରେ ଯୋଗଦାନ କରିଥିଲେ। ବୈଠକ ଶେଷରେ ଭାରତର ପେନସନ ମ୍ୟାନ ବିଜୟ ବନ୍ଧୁ ସାରା ଭାରତ ବର୍ଷର ଅଗଣିତ ସରକାରୀ କର୍ମଚାରୀଙ୍କ ପାଇଁ ମିଡ଼ିଆ ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିବା ସହ ବହୁ ସଂଖ୍ୟାରେ ସଂଗଠନ ସହ ଯୋଡିହେବାକୁ ଅନୁରୋଧ କରିଥିଲେ।

Related posts