Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ମାସରେ ଓଡ଼ିଶାରେ ୧.୮୫ ଲକ୍ଷ ମୋବାଇଲ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ
ଆଜିର ଖବର

ଜୁଲାଇ ମାସରେ ଓଡ଼ିଶାରେ ୧.୮୫ ଲକ୍ଷ ମୋବାଇଲ ଗ୍ରାହକ ଯୋଡିଲା ଜିଓ: ଟ୍ରାଇ ତଥ୍ୟ

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶାରେ ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ଭାବରେ ସ୍ଥିତି ସୁଦୃଢ କରି ରିଲାଏନ୍ସ ଜିଓ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ ଗ୍ରାହକ ତଥ୍ୟରୁ ଜଣାପଡିଛି।

ଟ୍ରାଇ ତଥ୍ୟ ଅନୁସାରେ ଜୁଲାଇ ମାସରେ ଓଡ଼ିଶାରେ କେବଳ ଜିଓ ଓ ବିଏସଏନଏଲ ନୂତନ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ହଜାର ହଜାର ଗ୍ରାହକ ହରାଇଛନ୍ତି। ବିଏସଏନଏଲ ଏହି ମାସରେ ପ୍ରାୟ ୬୬୦୦୦ ନୂଆ ଗ୍ରାହକ ଯୋଡିଥିବା ବେଳେ ଏୟାରଟେଲ ୪୩୦୦୦ ଗ୍ରାହକ ହରାଇଥିବା ଏହି ତଥ୍ୟରୁ ସୂଚନା ମିଳିଛି। ଜୁଲାଇ ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦୁଇ ଲକ୍ଷ ପାଞ୍ଚ ହଜାର ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚିଛି।

ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ନିଜର ଏକ ନମ୍ବର ସ୍ଥିତି ସୁଦୃଢ କରିଛି। ଜୁଲାଇ ମାସରେ ୧୧୦୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡିହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୨୧ ଲକ୍ଷରେ ପହଞ୍ଚିଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବରେ ୩ ଲକ୍ଷରୁ ଅଧିକ ଓୟାରଲାଇନ ଗ୍ରାହକ ହାସଲ କରିଛି।

ବିବିଧ ପୃଷ୍ଠଭୂମିର ତଥା ବିଭିନ୍ନ ବୟସବର୍ଗର ଏବଂ ବିବିଧ ଭୌଗଳିକ ଅଂଚଳର ଗ୍ରାହକମାନେ ଡିଜିଟାଲ୍ କ୍ରାନ୍ତିର ପ୍ରକୃତ ଲାଭ ପାଇବାକୁ ସକ୍ଷମ ହୋଇଛନ୍ତି, କାରଣ ସେମାନେ ଏବେ ଜିଓ ଏୟାରଫାଇବର ବଳରେ ନିରବଚ୍ଛିନ୍ନ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ଏବଂ ବିଶ୍ୱସ୍ତରୀୟ ସର୍ବଶ୍ରେଷ୍ଠ ଗୃହ ମନୋରଞ୍ଜନର ଆନନ୍ଦ ନେଇପାରୁଛନ୍ତି।

ଜିଓ ଏୟାରଫାଇବର ୮୦୦ ରୁ ଅଧିକ ଡିଜିଟାଲ ଟିଭି ଚ୍ୟାନେଲ, ୧୩ ରୁ ଅଧିକ ଓଟିଟି ଆପ୍, ସ୍ମାର୍ଟ ହୋମ୍ ସେବା ଏବଂ ହାଇ ସ୍ପିଡ୍ ବ୍ରଡବ୍ୟାଣ୍ଡ ସହିତ ବିଶ୍ୱ ସ୍ତରୀୟ ସର୍ବାଧୁନିକ ଗୃହ ମନୋରଞ୍ଜନ ବା ହୋମ ଏଣ୍ଟରଟେନମେଣ୍ଟ ସେବା ପ୍ରଦାନ କରୁଛି। ଲୋକପ୍ରିୟ ଜିଓ ଏୟାରଫାଇବର ସେବା ବାସ୍ତବରେ ଡିଜିଟାଲ ଅନ୍ତର୍ଭୁକ୍ତିକରଣକୁ ସମ୍ପ୍ରସାରିତ କରିଛି କାରଣ ଏହା ବିଶେଷକରି ଗ୍ରାମାଞ୍ଚଳ ଏବଂ ସହର ଉପକଣ୍ଠ ଅଂଚଳରେ ଶେଷ ମାଇଲ୍ ଅପ୍ଟିକାଲ୍-ଫାଇବର ବିସ୍ତାରରେ ରହିଥିବା କଠିନତା ଯୋଗୁଁ ବ୍ରଡ଼ବ୍ୟାଣ୍ଡ ସଂଯୋଗର ଅଭାବ ଜନିତ ସମସ୍ୟାକୁ ଦୂର କରି ପ୍ରତ୍ୟେକ ଘର ଏବଂ ଛୋଟ ବ୍ୟବସାୟକୁ ହାଇସ୍ପିଡ଼ ବ୍ରଡ଼ବ୍ୟାଣ୍ଡ ଏବଂ ଗୁଣାତ୍ମକ ଗୃହ ମନୋରଞ୍ଜନ ସହିତ ସଂଯୁକ୍ତ କରଛି।

ଜିଓ ଦୀର୍ଘ ବର୍ଷ ଧରି କ୍ରମାଗତ ଭାବେ ରାଜ୍ୟରେ ସର୍ବାଧିକ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ରହିଆସିଛି।

ଓଡିଶା ଟେଲିକମ କ୍ଷେତ୍ରରେ ୪୬ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨ ପ୍ରତିଶତ ରାଜସ୍ବ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱାର୍କ ରହିଛି ଏବଂ ଏହା ଦ୍ରୁତ ଗତିରେ ଅପହଞ୍ଚ ଅଞ୍ଚଳଗୁଡିକୁ ଡିଜିଟାଲ ସେବା ସହିତ ଯୋଡ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

jio ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ଏଫଆଇଜି ତାସକେଣ୍ଟ ବିଶ୍ୱ ଚ୍ୟାଲେଞ୍ଜ କପ: ପ୍ରଣତି ନାୟକଙ୍କୁ ରୌପ୍ୟ ପଦକ

May 24, 2026
Latest News

ଦେଶରେ ୧୦୦ ଅତ୍ୟାଧୁନିକ ଶିଳ୍ପ ପାର୍କ ସ୍ଥାପନ ହେବ

May 24, 2026

ବରିଷ୍ଠ ନାଗରିକ FD ହାର: କେଉଁ ବ୍ୟାଙ୍କ କେତେ ରିଟର୍ଣ୍ଣ ପ୍ରଦାନ କରୁଛନ୍ତି, ଦେଖନ୍ତୁ

May 24, 2026

ଏବେ ପ୍ରକୃତ ଲଢ଼େଇ ହିନ୍ଦୁ ଏବଂ ମୁସଲିମ ମଧ୍ୟରେ ନୁହେଁ, ଧନୀ ଏବଂ ଗରିବ ପ୍ରସଙ୍ଗରେ ହେବ – ରାହୁଲ ଗାନ୍ଧୀ

May 24, 2026

ପେଟ୍ରୋଲ ଦର ହାଇଦ୍ରାବାଦରେ ସର୍ବାଧିକ ଏବଂ ଦିଲ୍ଲୀରେ ସର୍ବନିମ୍ନ। ରାଜ୍ୟ ମଧ୍ୟରେ ଦର କାହିଁକି ଭିନ୍ନ

May 24, 2026

ନୌତପା ସମୟରେ ନିଜର ଧ୍ୟାନ କିପରି ରଖିବେ, ଜାଣନ୍ତୁ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.