Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରାର ମୁଖ୍ୟ ଅତିଥି ହେବେ ନୁସରତ୍‌, ଇସ୍କନ ତରଫରୁ କରାଯାଇଛି ନିମନ୍ତ୍ରଣ
ଆଜିର ଖବର

ରଥଯାତ୍ରାର ମୁଖ୍ୟ ଅତିଥି ହେବେ ନୁସରତ୍‌, ଇସ୍କନ ତରଫରୁ କରାଯାଇଛି ନିମନ୍ତ୍ରଣ

July 2, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିର ପ୍ରଚାର ଓ ପ୍ରସାର କରୁଥିବା ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା ଇସ୍କନ୍‌ ତରଫରୁ ପଶ୍ଚିମବଙ୍ଗର ଟିଏମସି ସାଂସଦ ନୁସରତ୍‌ ଜହାଁଙ୍କୁ ରଥଯାତ୍ରାରେ ମୁଖ୍ୟ ଅତିଥି ରୂପେ ଯୋଗେଦବାକୁ ନିମନ୍ତ୍ରଣ କରାଯାଇଛି । ନୁସରତ୍‌ ମଧ୍ୟ ଏହି ପ୍ରସ୍ତାବକୁ ସ୍ବୀକାର କରିଛନ୍ତି । ବସୀରହାଟର ସାଂସଦ ସଂସଦକୁ ସିନ୍ଦୂର ଓ ଚୁଡି ପିନ୍ଧି ଆସି ବେଶ୍‌ ଚର୍ଚ୍ଚାରେ ରହିଥିଲେ । ନୁସରତ୍‌ଙ୍କୁ ଅତିଥି କରିବା ବାବଦରେ ଇସ୍କନର ପ୍ରବକ୍ତା କହିଛନ୍ତି ଯେ, – ‘ଆମେ ସବୁ ଧର୍ମକୁ ସମ୍ମାନ ଦେଉ, ଆମ ଆଦର୍ଶ ସହିତ ନୁସରତ୍‌ଙ୍କ ବିଚାର ମଧ୍ୟ ମିଶୁଛି । ସେ ସବୁ ଧର୍ମକୁ ଆଦର କରନ୍ତି । ଏହା ସହିତ ସେ ଜଣେ ରାଜନେତ୍ରୀ । ତାଙ୍କର ଆଦର୍ଶ   ଓ ବିଚାରାଧାରା ଆଜିକାଲିର ଯୁବସମାଜକୁ ନିଶ୍ଚୟ ଭାବରେ ପ୍ରଭାବିତ କରିବ । ଏଥିପାଇଁ ତାଙ୍କୁ ନିମନ୍ତ୍ରଣ ଦିଆଯାଇଛି ବୋଲି କୁହାଯାଇଛି । ନୁସରତ୍‌ ମଧ୍ୟ କହିଛନ୍ତି ଯେ, ସେ ଧର୍ମନିରପେକ୍ଷ ଥିଲେ, ଅଛନ୍ତି ଓ ରହିବେ ମଧ୍ୟ । ସେ ସମସ୍ତ ଧର୍ମଙ୍କୁ ସମ୍ମାନ ଦିଅନ୍ତି । ଏହି ବିଚାରଧାରା ବଦଳିବ ନାହିଁ । କିଛି କଠୋରପନ୍ଥୀ ମୁସଲିମ୍‌ ତାଙ୍କର ସିନ୍ଦୂର ଓ ଚୁଡ଼ି ପିନ୍ଧିବାକୁ ନେଇ ଆପତ୍ତି ଉଠାଇଥିଲେ । ଏପରିକି ଉତ୍ତରପ୍ରଦେଶର ଦେବବନ୍ଧ ମୌଲବୀଙ୍କ ଏକ ସଙ୍ଗଠନ ନୁସରତ୍‌ଙ୍କ ବିରୋଧରେ ଫତ୍‌ଓ୍ବା ଜାରି କରିଥିଲେ । ମୌଲବୀ ନୁସରତ୍‌ ଅଲଗା ଧର୍ମରେ ବିବାହ କରି ଇସଲାମ୍‌ ଧର୍ମକୁ ଅପମାନ କରିଛନ୍ତି ଓ ତାଙ୍କର ବସ୍ତ୍ର ‘ଅଣ ଇସଲାମିକ ବୋଲି ଦର୍ଶାଇଛନ୍ତି । ୨୯ ବର୍ଷୀୟା ନୁସରତ୍‌ ଜୁନ୍‌ରେ ତୁର୍କୀଠାରେ ବ୍ୟବସାୟୀ ନିଖିଲ୍‌ ଜୈନ୍‌ଙ୍କୁ ବିବାହ କରିଛନ୍ତି । ବିବାହର କିଛି ଦିନ ପରେ ସାଂସଦ ରୂପେ ସଂସଦରେ ଶପଥ ନେଇଥିଲେ । ଏହି ସମୟରେ ସେ ଶାଢୀ, ସିନ୍ଦୂର ଓ ଚୁଢି ପିନ୍ଧିଥିବାର ନଜର ଆସିଥିଲେ । ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା ହୋଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Latest News

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025

ବିହାର ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ କେତେ ଆସନ ଜିତିବ ମହାଗଠବନ୍ଧନ?, ବଡ ଦାବି କଲା କଂଗ୍ରେସ

November 8, 2025

ଆଇନଗତ ସହାୟତାକୁ ସୁଦୃଢ଼ ​​କରିବା ପାଇଁ ନୂତନ ତାଲିମ ମଡ୍ୟୁଲ୍ ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

November 8, 2025

ଲାଲକୃଷ୍ଣ ଆଡଭାନୀଙ୍କୁ ୯୮ ବର୍ଷ ପୂରଣ: ୧୯୨୭ ପରଠାରୁ ତାଙ୍କ ଯାତ୍ରା ବିଷୟରେ ଜାଣନ୍ତୁ….

November 8, 2025

ସାଇବର ଠକେଇର ଶିକାର ହେଲେ ଟିଏମସି ସାଂସଦ: ଏସବିଆଇ ଆକାଉଣ୍ଟରୁ ୫୬ ଲକ୍ଷ ଲୁଟ

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.