Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ନିର୍ବାଚନ ଖବର»ଉପନିର୍ବାଚନ କରାଇ, ଯାଜପୁରରୁ ଛିଡା ହେବେ କି ବବି ଦାସ, ସଭାରେ ଏମିତି କାହିଁକି କହିଲେ
ନିର୍ବାଚନ ଖବର

ଉପନିର୍ବାଚନ କରାଇ, ଯାଜପୁରରୁ ଛିଡା ହେବେ କି ବବି ଦାସ, ସଭାରେ ଏମିତି କାହିଁକି କହିଲେ

October 3, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଉପନିର୍ବାଚନ କରାଇ, ଯାଜପୁରରୁ ଛିଡା ହେବେ କି ବବି ଦାସ, ସଭାରେ ଏମିତି କାହିଁକି କହିଲେ

ଭୁବନେଶ୍ବର: ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା ତାହା ବର୍ତ୍ତମାନ ସତ ବୋଲି ଜଣାପଡିଛି। କାରଣ ଗତକାଲି ସେ ଯାଜପୁରର ଏକ ସଭାରେ ଯାହା କହିଲେ ତାହା ପ୍ରମାଣିତ କରିଛି ଯେ, ବବି ଯାଜପୁରରେ ଉପନିର୍ବାଚନ କରାଇ ସେ ପ୍ରାର୍ଥୀ ହେବେ। ପୂର୍ବରୁ ମଧ୍ୟ ଏହି ଚର୍ଚ୍ଚା ଲାଗିରହିଛି। ସେ ଯାଜପୁରରୁ ପୁଣି ଛିଡା ହେବେ ବୋଲି ଚାରିଆଡେ ଆଲୋଚନା ଚାଲିଛି।

ବବି ଏଥର ନିର୍ବାଚନରେ ନିଜେ ସମ୍ବଲପୁର ଲୋକସଭାରେ ପ୍ରାର୍ଥୀ ହୋଇ ନିଜ ବିଧାନସଭା ନିର୍ବାଚନ ମଣ୍ଡଳି ଯାଜପୁରରେ ସୁଜାତା ସାହୁଙ୍କୁ ଛିଡା କରି ଜିତିଇଛନ୍ତି। ସୁଜାତା ହେଉଛନ୍ତି ବବିଙ୍କର ଖାସ ଲୋକ। ବର୍ତ୍ତମାନ ବବି ସମ୍ବଲପୁରରୁ ହାରିବା ପରେ ସେ ସୁଜାତାଙ୍କୁ ଇସ୍ତଫା ଦେବାକୁ କହି ସେଠାରେ ଉପନିର୍ବାଚନ କରାଇବେ। ଆଉ ନିଜେ ପ୍ରାର୍ଥୀ ହୋଇ ଜିତିବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ତେବେ ଏହି ଚର୍ଚ୍ଚାକୁ ଗତକାଲି ସେ ଦେଇଥିବା ଭାଷଣରେ ସତ ବୋଲି ପ୍ରମାଣିତ କରିଛି। କାରଣ ଗତକାଲି ବବି ଯାଜପୁରର ସଭ୍ୟ ସଂଗ୍ରହ ସଭାରେ କହିଥିଲେ ଯେ, ଆପଣମାନେ ଯଦି ଚାହିଁବେ ତେବେ ମୁଁ ପୁଣି ଯାଜପୁର ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ଅଛି। ଫଳରେ ସେ ବିଧାନସଭା ଉପନିର୍ବାଚନ କରାଇ ସେଠାରେ ସେ ଲଢେଇ କରିବେ ବୋଲି ସ୍ପଷ୍ଟ ହୋଇଛି।

ଏକଦା ବିଜେଡିରେ ଦବଦବା ରଖିଥିବା ପ୍ରଣବ ପ୍ରକାଶ ଦାସ ବା ବବି ଦାସ ବର୍ତ୍ତମାନ ପଦବୀ ବିହୀନ ହୋଇପଡିଛନ୍ତି। ସେ ନିଜେ ଜିତିପାରିଲେ ନାହିଁ କି ତାଙ୍କ ମାଙ୍କୁ ମଧ୍ୟ ଜିତାଇପାରିଲେ ନାହିଁ। ଫଳରେ ଦଳରେ ତାଙ୍କର ଯେଉଁ କାଟତି ଥିଲା ତାହା ହ୍ରାସ ପାଇଛି। ତେଣୁ ସେ କେଉଁ ଉପାୟରେ ସେ ପୁଣି ଥରେ ବିଧାନସଭାକୁ ଆସିବା ପାଇଁ ପ୍ରବଳ ଚେଷ୍ଠା ଜାରୀ ରଖିଛନ୍ତି।

Bobby Das ପ୍ରଣବ ପ୍ରକାଶ ଦାସ ବବି ଦାସ ଯାଜପୁର
Share. Facebook Twitter LinkedIn Email WhatsApp Copy Link

Related Posts

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

କଂଗ୍ରେସରୁ ବହିସ୍କୃତ ହେଲେ ମହମ୍ମଦ ମୋକିମ, ଚିଠି ଲେଖିବା ହେଲା କାଳ

December 15, 2025

ପୁସ୍ତକ ମହୋତ୍ସବରେ ଆକର୍ଷଣର କେନ୍ଦ୍ର ପାଲଟିଛି ସେଲ୍ଫି ପଏଣ୍ଟ

December 15, 2025

ମାଲକାନଗିରି ଏମଭି-୨୬ ଗ୍ରାମର ପୋଡାଜଳା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ

December 15, 2025
Latest News

ବ୍ରିଟେନରୁ ବିତାଡିତ ହେବେ ଲକ୍ଷ ଲକ୍ଷ ମୁସଲମାନ!: ଭାରତ କିପରି ସବୁଠାରୁ ଅଧିକ ପ୍ରଭାବିତ ହେବ?

December 15, 2025

ସୁନା ମୂଲ୍ୟରେ ବଡ ବୃଦ୍ଧି, ଜାଣନ୍ତୁ ଆଜି କେତେ ବଢିଲା ଦାମ

December 15, 2025

କଂଗ୍ରେସରୁ ବହିସ୍କାର ହେବା ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ମୁଁ……

December 15, 2025

ଐତିହାସିକ ହେବ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ ଗସ୍ତ: ରାଷ୍ଟ୍ରଦୂତ ମନୀଷ ଚୌହାନ

December 15, 2025

ଆଜିଠାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜୋର୍ଡାନ, ଇଥିଓପିଆ ଏବଂ ଓମାନ ଗସ୍ତ

December 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.