ଆର୍ଥକସ୍ତରରେ ଦୁର୍ବଳ ଥିବା ସବର୍ଣ୍ଣଙ୍କୁ ମମତାଙ୍କ ଉପହାର : ସରକାରୀ ଚାକିରି କ୍ଷେତ୍ରରେ ୧୦ ପ୍ରତିଶତର ସଂରକ୍ଷଣ

Published: Jul 2, 2019, 7:14 pm IST

ଆର୍ଥିକସ୍ତରରେ ଦୁର୍ବଳ ଥିବା ସର୍ବଣ୍ଣଙ୍କୁ ସରକାରୀ ଚାକିରିରେ ୧୦ ପ୍ରତିଶତର ସଂରକ୍ଷଣ ଦେବା ନେଇ ମମତା ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବର୍ଣ୍ଣଙ୍କୁ ସଂରକ୍ଷଣ ଦେବା ନେଇ ଏକ ବଡ଼ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର କ୍ୟାବିନେଟ୍‌ ଏହି ନିଷ୍ପତ୍ତି ନେଇଛି । ତେବେ ଏହି ସଂରକ୍ଷଣ ପୂର୍ବରୁ ରହିଥିବା ଏସ୍‌ସି, ଏସ୍‌ଟି ଓ ଓବିସି କୋଟାଧାରୀଙ୍କୁ ଏହି ସୁବିଧା ମିଳିବ ନାହିଁ । ତେବେ ମମତା ଏହାକୁ ଔପଚାରିକ ରୂପେ ଘୋଷଣା କରିଥିବାବେଳେ ଏହି ସମ୍ବନ୍ଧୀୟ ବିଲ୍‌ ଆସିବା ଏବେ ବାକି ଅଛି । ତେବେ ଏହି ବିଲ୍‌କୁ ଆଣିବା ନେଇ ମମତା ସରକାର କହିଛନ୍ତି ଯେ, ଏହାଦ୍ବାରା ସମସ୍ତଙ୍କୁ ସମାନ ତଥା ଏକାସାଙ୍ଗରେ ଆଗକୁ ବଢିବାର ସୁଯୋଗ ମିଳିବ ।

Related posts